ନୂଆଦିଲ୍ଲୀ: ଆସନ୍ତା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ୫୦ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ପଶିବାକୁ ଅନୁମତି ଦେବେ ବିସିସିଆଇ । ତେବେ ଏନେଇ ବିସିସିଆଇ ତାମିଲନାଡୁ କ୍ରିକେଟ ଆସୋସିଏଶନ ଓ ଗୁଜୁରାଟ କ୍ରିକେଟ ଆସୋସିଏସନ ଏବଂ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ଜାରି ରଖିଛି ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ପ୍ରଥମ ଦୁଇଟି ଟେଷ୍ଟ ଚେନ୍ନାଇରେ ଖେଳାଯିବ । ଫେବୃଆରୀ ୫ ତାରିଖରୁ ପ୍ରଥମ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0