ଆଜି ସଂଧ୍ୟାରେ ୩ବଖରା ଛଣ ଛପର ଘର ଧର୍ମଶାଳା ତହସିଲ ଅନ୍ତର୍ଗତ ପାଟପୁର ଗ୍ରାମରେ ଜଳିଯାଇଛି। ରୋଷେଇ କରୁଥିବା ବେଳେ ଚୁଲିରୁ ନିଆଁ ଉଠି କୈଳାସ ମଲିକ, ମହେଶ୍ବର ମଲିକ ଓ ଭାବଗ୍ରାହୀ ମଲିକଙ୍କ ଗୋଟିଏ ଲେଖାଏଁ ବଖରା ଜଳିଯାଇଥିଲା। ଘରେ ଥିବା ଧାନଚାଉଳ, ବାସନକୁସନ, ପୋଷାକ, ଦରକାରୀ କାଗଜପତ୍ର ସମେତ ବିଭିନ୍ନ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ଅଗ୍ନିକାଣ୍ତରେ ନଷ୍ଟ ହୋଇଥିବା ଆକଳନ କରାଯାଇଛି। ଖବରପାଇ ଚଣ୍ତିଖୋଲ ଦମକଳ ବାହିନୀ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିବିପନ୍ନ ପରିବାରବର୍ଗକୁ ସରକାରୀ ସହାୟତା ସହିତ ଆବାସ ଯୋଗାଇ ଦେବାକୁ ସରପଞ୍ଚ ନଗେନ ଦାସ, ରୋଟାରିଆନ୍ ପ୍ରଶାନ୍ତ କୁମାର ପୃଷ୍ଟି ଓ ସାମାଜିକ କର୍ମୀ ନିରଞ୍ଜନ ମଲିକ ପ୍ରଶାସନକୁ ଅନୁରୋଧ କରିଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0