ନୂଆଦିଲ୍ଲୀ : ଊହାନସ୍ଥିତ ଚୀନ ବୈଜ୍ଞାନିକମାନେ ଗୋଟାଏ ନୂଆ ଧରଣର କରୋନାଭାଇର ‘ନିଓକୋଭ’ ବିଷୟରେ ସତର୍କ ସୂଚନା ଦେଇଛନ୍ତି ଯେ, ଏଥିଯୋଗୁଁ ସଂକ୍ରମଣ ଓ ମୃତ୍ୟୁହାର ସଖଂ୍ୟା ଅଧିକ ହେବାର ଆଶଙ୍କା ରହିଛି । ଦକ୍ଷିଣ ଆଫ୍ରିକାରେ ‘ନିଓକୋଭ’ ଭୂତାଣୁ ଆବିଷ୍କୃତ ହୋଇଛି । ଏହା ମଧ୍ୟପ୍ରାଚ୍ୟରେ ଶ୍ବାସପ୍ରଶ୍ବାସ ରୋଗ ସୃଷ୍ଟିକାରୀ ‘ମର୍ସ-କୋଭ’ ସହ ସମ୍ପୃକ୍ତ ବୋଲି ଅନୁମାନ କରାଯାଉଛି। ‘ନିଓକୋଭ’କୁ ପ୍ରଥମେ ଦକ୍ଷିଣ ଆଫ୍ରିକାର ବାଦୁଡ଼ିଙ୍କ ଶରୀରରେ ଚିହ୍ନଟ କରାଯାଇଥିଲା ପରେ ଏହା ଅନ୍ୟ ପ୍ରାଣୀମାନଙ୍କ ଶରୀରକୁ ବ୍ୟାପିଛି । ଏହି ଭୂତାଣୁର ଗୋଟିଏ ଗୁଣସୂତ୍ର ପରିବର୍ତ୍ତନ ହେଲେ ତାହା ପ୍ରାଣୀ ଶରୀରରୁ ମନୁଷ୍ୟ ଶରୀରକୁ ବ୍ୟାପିଯାଇ ପାରେ ।ଅଧ୍ୟୟନରୁ ପ୍ରାପ୍ତ ତଥ୍ୟାବଳୀ ଅନୁସାରେ, ‘ନିଓକୋଭ’ ଏବଂ ତାହାର ଘନିଷ୍ଠ ଆତ୍ମୀୟ ‘ପିଡିଏଫ-୨୧୮୦-କୋଭ’ଙ୍କର ବାଦୁଡ଼ି ‘ଆଞ୍ଜିଓଟେନସିନ- କନଭର୍ଟିଙ୍ଗ ଏଞ୍ଜାଇମ୨’ (ଏସିଇ୨) ବ୍ୟବହାର କରି ମନୁଷ୍ୟ ଶରୀରକୁ ପ୍ରବେଶ କରିବାର ସାମର୍ଥ୍ୟ ରହିଛି। ଏହି ଭୂତାଣୁର ଆଉ ଥରେ ମାତ୍ର ଗୁଣସୂତ୍ର-କ୍ରମ ପରିବର୍ତ୍ତନ ଘଟିଲେ ତାହା ଅନାୟାସରେ ମାନବ ଜୀବକୋଷ ମଧ୍ୟକୁ ପ୍ରବେଶ କରିପାରିବ।‘ଊହାନ ୟୁନିଭର୍ସିଟି’ ଏବଂ ‘ଚାଇନିଜ ଏକାଡେମି ଅଫ ସାଇନସସେ’ର ‘ଇନଷ୍ଟିଚ୍ୟୁଟ ଅଫ ବାୟୋଫିଜିକ୍ସ’ର ବୈଜ୍ଞାନିକମାନେ ଏହି ଚମକପ୍ରଦ ତଥ୍ୟ ପ୍ରଦାନ କରିଛନ୍ତି । ‘ସ୍ପୁଟନିକ’ ରିପୋର୍ଟ କରିଛି, ଊହାନ ବୈଜ୍ଞାନିକମାନେ କହିବା ଅନୁସାରେ, ‘ମର୍ସ-କୋଭ’ ଭଳି ‘ନିଓକୋଭ’ର ସଂକ୍ରମଣ ଏବଂ ମୃତ୍ୟୁ ହାର ଅଧିକ କରାଇବାର କ୍ଷମତା ରହିଛି। ଏହି ନୂତନ ଅଧ୍ୟୟନ ସଂକ୍ରାନ୍ତରେ ଅବଗତ ଥିବା କଥା କହି ରୁଷୀୟ ବୈଜ୍ଞାନିକମାନେ କହିଛନ୍ତି, ଏହି ଭୂତାଣୁ ମନୁଷ୍ୟ ଦେହକୁ ସଂକ୍ରମିତ ହେବ କି ନାହିଁ ପ୍ରାପ୍ତ ତଥ୍ୟାବଳୀରୁ ସ୍ପଷ୍ଟ ହୋଇନାହିଁ। ଏଥିପାଇଁ ଗଭୀର ଅଧ୍ୟୟନ ଆବଶ୍ୟକ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0