ଅମୃତଶର: ସମସ୍ତଙ୍କୁ ଇଶ୍ୱରଙ୍କୁ ଉପାସନା କରିବାର ଅଧିକାର ଅଛି। ହେଲେ ବଳପୂର୍ବକ ଧର୍ମ ପରିବର୍ତ୍ତନ ବିରୋଧରେ ଆଇନ ତିଆରି ହେବା ଉଚିତ। ଶନିବାର ଜଳନ୍ଧରରେ ଏହା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। କିନ୍ତୁ ଏହା ଜରିଆରେ ଭୁଲ ଉପାୟରେ କାହାକୁ ପ୍ରତାରିତ କରାଯିବା ଅନୁଚିତ। କାହାକୁ ଭୟଭୀତ କରି ଧର୍ମାନ୍ତୀକାରଣ କରିବା ଅନୁଚିତ୍।
ପଞ୍ଜାବ ନିର୍ବାଚନ ପ୍ରଚାରରେ ଯାଇଥିବା କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀର ଉଦ୍ୟୋଗପତି ମାନେ ବିଜେପିର ଭୋଟ୍ ବ୍ୟାଙ୍କ ଭାବେ ପରଗଣିତ ହେଉଥିଲେ। ମୁଁ ନିଜେ ବଣିଆ। ହେଲେ ଦିଲ୍ଲୀର ମତେ ବଣିଆମାନେ ଭୋଟ ଦେଇନଥିଲେ। ମୋର ହୃଦୟକୁ ଜିତିବା ପରେ ସେମାନେ ମୋତେ ଭୋଟ ଦେବା ଆରମ୍ଭ କଲେ। ପଞ୍ଜାବବାସୀଙ୍କୁ ଅପିଲ କରି କେଜ୍ରିୱାଲ କହିଛନ୍ତି ଯେ, ଆମକୁ ୫ ବର୍ଷ ଦିଅ। ଆମେ ଆପଣଙ୍କ ମନ ଜିତି ନେବୁ। ଶୁକ୍ରବାର ସେ ନବଜୋତ ସିଂ ସିଦ୍ଧୁଙ୍କ ଟାର୍ଗେଟ କରି କହିଛନ୍ତି ଯେ, ସିଦ୍ଧୁ ଉକ୍ତ ଅଞ୍ଚଳକୁ ଆସନ୍ତିକି ନାହିଁ କି କାହାର ଫୋନ୍ ଉଠାନ୍ତି ନାହିଁ। । ଫିଲ୍ଲୋରରେ କେଜ୍ରିୱାଲ କହିଛନ୍ତି ଯେ, ଆପଣଙ୍କର ଏଠିକାର ଏଏପିର ଆଶାୟୀ, ପ୍ରିନ୍ସପାଲ ପ୍ରେମ କୁମାରଙ୍କ ପାଖରେ ଟଙ୍କା ନାହିଁ କିମ୍ବା ପ୍ରଦେଶ ମୁଖ୍ୟ ଭଗୱନ୍ତ ମାନଙ୍କ ପାଖରେ ପଇସା ନାହିଁ।
ଭଗୱନ୍ତ ମାନ ଗତ ସାତ ବର୍ଷ ଧରି ସାଂସଦ ରହିଆସିଥିଲେ ମଧ୍ୟ ସେ ଏକ ଭଡା ଘରେ ରୁହନ୍ତି। ଅକାଳି ଦଳ ଏବଂ କଂଗ୍ରେସ ଉପରେ ଆକ୍ରମଣ କରି କେଜ୍ରିୱାଲ କହିଛନ୍ତି ଯେ ଉଭୟ ଦଳ ଡ୍ରଗ୍ସ ଏବଂ ବେଆଇ ବାଲି କାରବାରରେ ଲିପ୍ତ ଥିବା ଅଭିଯୋଗ ରହିଛି। ତେବେ ପଞ୍ଜାବରେ ଶିକ୍ଷା ଏବଂ ଡାକ୍ତରଖାନାର ମାନ ଉନ୍ନତ ହେବ। ରାଜ୍ୟରେ ସଚ୍ଚୋଟ ସରକାର ଆସିଲେ ଏସବୁ ସମ୍ଭବ ହେବ ବୋଲି କେଜ୍ରିୱାଲ କହିଛନ୍ତି। ସେ କହିଛନ୍ତି ଯେ ୧୯୬୬ମସିହାରୁ ବର୍ତ୍ତମାନ ପର୍ୟ୍ୟନ୍ତ ପଞ୍ଜାବରେ ୨୬ବର୍ଷ ପାଇଁ କଂଗ୍ରେସ ସରକାର ଏବଂ ୧୯ ବର୍ଷ ପାଇଁ ବାଦଲଙ୍କ ସରକାର ରହିଆସିଛି। ସେମାନେ ମିଳିତ ଭାବେ ପଞ୍ଜାବକୁ ଲୁଟ କରିଛନ୍ତି। । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ଟାର୍ଗେଟ କରି ସେ, କହିଛନ୍ତି ଯେ ତାଙ୍କ ବିରୋଧରେ ବାଲି ଚୋରି ଅଭିଯୋଗ ରହିଛି। ଇଡି ତାଙ୍କ ଘରେ ଚଢ଼ାଉ କରିଛି। ପୁଳା ପୁଳା ନୋଟ୍ ମଧ୍ୟ ମିଳିଛି। ତାଙ୍କୁ ମାତ୍ର ୧୧୧ ଦିନ କ୍ଷମତା ମିଳିଥିଲା। ଆଉ ସେ ଏହାର ଭରପୂର ସୋଯୋଗ ଉଠାଇବାରେ କିଛି ବାକି ରଖି ନାହାନ୍ତି। ଗତ ୨୬ ଜାନୁଆରୀରେ ଦିଲ୍ଲୀ ସରକାରଙ୍କ କୌଣସି କାର୍ୟ୍ୟାଳୟରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କ ଫଟୋ ରହିବ ନାହିଁ ବୋଲି ଘୋଷଣା କରାଯାଇଛି।



Visitors Today : 2
Total Visitors : 130165
Total Views : 9891610
Visitors Online Now : 0