୬ ଥର ବିଜେତା ତଥା ପ୍ରତିଯୋଗିତାର ସଫଳତମ ଦଳ ଜର୍ମାନିକୁ ରୋମାଞ୍ଚକ ଫାଇନାଲ୍ରେ ୪-୨ ଗୋଲ୍ରେ ପରାସ୍ତ କରି କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ଏଫ୍ଆଇଏଚ୍ କନିଷ୍ଠ ପୁରୁଷ ହକି ବିଶ୍ବକପ୍କୁ ଆର୍ଜେଣ୍ଟିନା ଜିତି ନେଇଛି। ଆର୍ଜେଣ୍ଟିନାର ଏହା ଦ୍ବିତୀୟ ବିଶ୍ବକପ୍ ବିଜୟ। ଶେଷ ଥର ପାଇଁ ଏହି ଦଳ ୧୬ ବର୍ଷ ତଳେ ଅର୍ଥାତ୍ ୨୦୦୫ ମସିହାରେ ପ୍ରଥମ ଥର ପାଇଁ କନିଷ୍ଠ ପୁରୁଷ ହକି ବିଶ୍ବକପ୍ ଜିତିଥିଲା। ପ୍ରତିଯୋଗିତାର କାଂସ୍ୟ ପଦକ ମୁକାବିଲାରେ ଫ୍ରାନ୍ସଠାରୁ ୧-୩ ଗୋଲ୍ରେ ହାରି ଆୟୋଜକ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଆଜିର ସଂଘର୍ଷପୂର୍ଣ୍ଣ ଫାଇନାଲର ପ୍ରଥମ ଦୁଇ କ୍ବାର୍ଟରରେ ଦୁଇଟି ଗୋଲ୍ ଦେଇ ଆର୍ଜେଣ୍ଟିନା ୨-୦ରେ ଆଗୁଆ ହୋଇଯାଇଥିଲା। ହେଲେ ପରବର୍ତ୍ତୀ ଦୁଇ କ୍ବାର୍ଟରରେ କୌଶଳର ସହ ଦୁଇଟି ଗୋଲ୍ ଦେଇ ଜର୍ମାନି ସଫଳ ପ୍ରତ୍ୟାବର୍ତ୍ତନ କରିବା ସହ ମ୍ୟାଚ୍କୁ ବରାବର ସ୍ଥିତିକୁ ନେଇ ଆସିଥିଲା। ହେଲେ ମ୍ୟାଚ୍ ଶେଷ ହେବାର ୧୦ ମିନିଟ୍ ପୂର୍ବରୁ ଆର୍ଜେଣ୍ଟିନା ନିର୍ଣ୍ଣାୟକ ତୃତୀୟ ଗୋଲ୍ ଦେଇ ମ୍ୟାଚ୍କୁ ନିଜ କବ୍ଜାକୁ ନେଇଯାଇଥିଲା।



Visitors Today : 2
Total Visitors : 130435
Total Views : 9891966
Visitors Online Now : 0