ଶାରଦୀୟ ଦୂର୍ଗାପୂଜାରେ ଆଜି ଦେବୀପୀଠଗୁଡ଼ିକରେ ମା’ଙ୍କ ମହାସପ୍ତମୀ ପୂଜା ଓ ପୂଜା ମଣ୍ଡପଗୁଡ଼ିକରେ ଷଷ୍ଠୀ ପୂଜା ଅନୁଷ୍ଠିତ ହେବ । ଆଜି ମଣ୍ଡପରେ ପୂଜାପାଇଁ ବିଲ୍ବବରଣି ହେବ ଓ ଆସନ୍ତାକାଲି ମହାସପ୍ତମୀ ପୂଜା ଅନୁଷ୍ଠିତ ହେବ । ସେହିପରି ବୁଧବାର ମହାଅଷ୍ଟମୀ, ଗୁରୁବାର ନବମୀ ଓ ଶୁକ୍ରବାର ବିଜୟା ଦଶମୀ ପୂଜା ଅନୁଷ୍ଠିତ ହେବ । ଆଜିଠାରୁ କଟକ ଓ ଭୁବନେଶ୍ବରରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ । ରାତି ୮ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ । ଏହି କଟକଣା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ । ଏଥିପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କିନ୍ତୁ କରୋନା କଟକଣା ପାଇଁ ଆଜି ପୂଜାକୁ ନେଇ ଉତ୍ସାହ ନାହିଁ । ଗତ ବର୍ଷ ପରି ଏବର୍ଷ ମଧ୍ୟ ବିନା ଭକ୍ତରେ କେବଳ ବିଧିରକ୍ଷା ପାଇଁ ପୂଜା ହେଉଛି । ତେବେ ସରକାରଙ୍କ ପକ୍ଷରୁ ଜାରି କରୋନା ଗାଇଡଲାଇନ ଯୋଗୁଁ ଏଥର ବି ବିନା ଭକ୍ତରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଛି ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 1