ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ସ୍ଵାଧୀନତା ପରେ ଘାଟିରେ ଯେଉଁ ଘଟଣା ଘଟିଥିଲା ତାହା ହୃଦୟ ବିଦାରକ ଥିଲା। ହେଲେ ଏହାକୁ ପରଦାରେ ଦେଖାଇବା ସେତେଟା ସହଜ ନଥିଲା। ଅନେକ ମହଲରେ ଏହାକୁ ବିରୋଧ କରାଯାଇଛି। ଏପରିକି କଥା କୋର୍ଟ ଯାଏଁ ମଧ୍ୟ ଯାଇଥିଲା। କୋର୍ଟରୁ ଗ୍ରୀନ୍ ସିଗ୍ନାଲ ମିଳିବା ପରେ ଫିଲ୍ମଟି ଏବେ ପରଦାରେ ରିଲିଜ ହୋଇସାରିଛି। ରିଲିଜ ହେବା ପରେ ଏହା ଏବେ ବକ୍ସ ଅଫିସରେ ନିଜ ଦବଦବା ଜାହରି କରିଛି। ଚାରିଆଡୁ ଫିଲ୍ମକୁ ମିଳୁଛି ପ୍ରଶଂସା। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ରାଜନେତା ଓ ଅଭିନେତାମାନେ ଫିଲ୍ମର କାହାଣୀକୁ ନେଇ ଭୁରି ଭୁରି ପ୍ରଶଂସା କରିଛନ୍ତି। ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ସିନେମାଘରେ ଦର୍ଶକଙ୍କ ଅଦ୍ଭୁତପୂର୍ବ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ଦର୍ଶକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସୀମିତ ସ୍କ୍ରିନ ସହିତ ରିଲିଜ୍ ହୋଇଥିବା ଏହି ଫିଲ୍ମ ପାଇଁ ସ୍କ୍ରିନ ସଂଖ୍ୟା ବଢାଇ ଦିଆଯାଇଛି। ୬୫୦ରୁ ବଢାଯାଇ ୨୦୦୦ କରି ଦିଆଯାଇଛି। ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରୁଛି। ରିଲିଜ ପୂର୍ବରୁ ଏହି ଫିଲ୍ମକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା। ସୋସିଆଲ ମିଡିଆରେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଲଗାତାର ଫିଲ୍ମ ଦେଖିବା ପାଇଁ ଅପିଲ କରିଥିଲେ। ଏହି ଫିଲ୍ମ ଦେଖି ଫେରୁଥିବା ଦର୍ଶକମାନେ ମଧ୍ୟ ଭାବୁକ ହୋଇପଡୁଥିବା ଦେଖିବାକୁ ମିଳିଛି। ଏବେ ହଲ୍ରେ ଏହି ଫିଲ୍ମ ପୁରା ହାଉସଫୁଲ୍। ଅନ୍ୟପଟେ ସମୀକ୍ଷକମାନେ ମଧ୍ୟ ଏହାକୁ ଖୁବ ପ୍ରଶଂସା କରିଛନ୍ତି। ଆଇଏମବିଡିରେ ଫିଲ୍ମକୁ ୧୦ରୁ ୧୦ ରେଟିଂ ମିଳିଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶନାରେ ଅତି ଜୀବନ୍ତ ଅଭିୟନ କରିଛନ୍ତି ଫିଲ୍ମର ସମସ୍ତ କଳାକାର। ୧୯୯୦ ଦଶନ୍ଧିରେ କଶ୍ମୀରରେ ହିନ୍ଦୁଙ୍କ ନରସଂହାର ଘଟଣାକୁ ଏହି ଫିଲ୍ମଟିର କାହାଣୀ ଆଧାରିତ। ଫିଲ୍ମରେ ଅନୁପମ ଖେର ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ଅଭିନୟକୁ ଦର୍ଶକେ ଖୁବ୍ ପ୍ରଶଂସା କରୁଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0