ଓଲିଉଡର ଚୁଲବୁଲି ନାୟିକା ପୁନମ ଙ୍କ ହାତରେ ଏବେ ଢେର୍ ସିନେମା। ପୁନମଙ୍କୁ ଖୁବ୍ ଶୀଘ୍ର କେତୋଟି ଓଡ଼ିଆ ଛବିରେ ଦେଖିବାକୁ ମିଳିବ। ଶ୍ରୀତମ ଦାସଙ୍କ ନିର୍ଦେଶିତ ମହାବାହୁ ସିନେମାରେ ଆକାଶଙ୍କ ବିପକ୍ଷରେ ନଜର ଆସିବେ ପୁନମ୍। ଏଣେ ଆଉ ଏକ ଫିଲ୍ମ ବି ରହିଛି ପାଇପଲାଇନରେ, ଯାହାର ଟାଇଟଲ୍ ହେଲା ‘ଲଭ୍ ଇମ୍ପସିବଲ୍’। ନବାଗତ ରୋହନ ଓ ପୁନମ ପ୍ରଥମ ଥର ଲାଗି ଏକାଠି ଏହି ନୂଆ ଓଡ଼ିଆ ଚଳଚ୍ଚିତ୍ର ରେ ଦେଖା ଦେବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ତ୍ରିପତି ସାହୁ। ପ୍ରଯୋଜନା ସଂସ୍ଥା ମୁନ୍ ଟିଭି ପକ୍ଷରୁ ପ୍ରସ୍ତୁତ ଏହି ସିନେମାର ନିର୍ମାଣ କରୁଛନ୍ତି ବିନି ପଟ୍ଟନାୟକ ଓ ସଚ୍ଚିକାନ୍ତ ଜେନା। କ୍ରିଏଟିଭ୍ ହେଡ୍ ଅଛନ୍ତି ପ୍ରଣୟ ଜେଠୀ। ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ।
ଏହାଛଡା ପୁନମ୍ ଅନ୍ୟ ଜଣେ ନବାଗତ ନାୟକ କିଶୋରଙ୍କ ସହ ‘ଲଭ୍ ୟୁ ଜାନୁ‘ରେ ବି କାମ କରିଛନ୍ତି। ଏହି ସିନେମାଟି ବି ୨୦୨୨ରେ ରିଲିଜ୍ ହୋଇପାରେ। ଏହାର କାହାଣୀକାର ହେଲେ ଡକ୍ଟର ବୈଜୟନ୍ତୀ ମିଶ୍ର। ଜିତେନ୍ଦ୍ର ଓଝା ଏହାର ପ୍ରଯୋଜକ। ତେଣେ ପୁନମଙ୍କ ହାତରେ ରହିଛି ‘ତୁ ଚଗଲୀ ମୁଁ ଚଗଲା। ଏଥିରେ ସମ୍ବିତଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ପୁନମ୍। ଏହି ସିନେମାର ନିର୍ମାଣ କରୁଛନ୍ତି ବିନି ପଟ୍ଟନାୟକ ଓ ସଚ୍ଚିକାନ୍ତ ଜେନା। ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ବିନି ପଟ୍ଟନାୟକ। ଡକ୍ଟର ରଜନୀରଞ୍ଜନ ଏହାର ସଂଳାପ ଲେଖିଥିବା ବେଳେ ପ୍ରେମ ଆନନ୍ଦ ସଙ୍ଗୀତ ଦାୟିତ୍ବରେ ଅଛନ୍ତି। ସିଦ୍ଧାର୍ଥ ଟିଭି ପକ୍ଷରୁ ପ୍ରସ୍ତୁତ ଏକ ନାମକରଣ ହୋଇ ନଥିବା ଫିଲ୍ମରେ ଓଲିଉଡର ଲୋକପ୍ରିୟ ନାୟକ ଦୀପକଙ୍କ ସହ ପ୍ରଥମ ଥର ନଜର ଆସିବେ ପୁନମ ମିଶ୍ର। ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ଜଣାଶୁଣା ନିର୍ଦ୍ଦେଶକ ଚଣ୍ଡୀ ପରିଜା। ଏହା ବି ଚଳିତ ବର୍ଷ ରିଲିଜ୍ ହୋଇପାରେ। ଏସବୁ ଫିଲ୍ମର ରିଲିଜକୁ ଅପେକ୍ଷା କରିଛନ୍ତି ପୁନମ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0