ଉତ୍ତରପ୍ରଦେଶରେ ସରିଲା ପ୍ରଥମ ପର୍ଯ୍ୟ।ୟ ନିର୍ବାଚନ। ଆଜି ୫୮ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା। ପ୍ରଥମ ପର୍ଯ୍ୟ।ୟ ମତଦାନରେ ୬୨୩ ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି। ସେମାନଙ୍କ ମଧ୍ୟରେ ୭୩ ଜଣ ମହିଳା ଅଛନ୍ତି। ୧୧ଟି ଜିଲ୍ଲାରେ ହୋଇଥିବା ମତଦାନରେ ସନ୍ଧ୍ୟା ୬ଟା ସୁଦ୍ଧା ୫୮.୭୭ ପ୍ରତିଶତ ଭୋଟିଂ ହୋଇଥିବା ଆକଳନ କରାଯାଇଛି।
ସନ୍ଧ୍ୟା ୫ଟା ସୁଦ୍ଧା ସମିଲି ଜିଲ୍ଲାରେ ୬୧.୭୮ ପ୍ରତିଶତ, ମୁଜାଫର ନଗରରେ ୬୨.୧୪ ପ୍ରତିଶତ , ଭାଗପତରେ ୬୧.୩୫ପ୍ରତିଶତ, ମିରଟରେ ୫୮.୫୨, ଗାଜିଆବାଦରେ ୫୪.୭୭ ପ୍ରତିଶତ ମତଦାନ ହୋଇଛି। ସେହିପରି ହାପୁର ଜିଲ୍ଲାରେ ୬୦.୫୦ ପ୍ରତିଶତ,ବୁଲନ୍ଦ ସହରରେ ୬୦.୫୨ ପ୍ରତିଶତ, ଅଲଗଡ଼ରେ ୫୭.୨୫, ମଥୁରାରେ ୫୮.୫୧, ଆଗ୍ରାରେ ୫୬.୬୧ ପ୍ରତିଦିନ ମତଦାନ ହୋଇଛି । କେତେକ ସ୍ଥାନରେ ଇଭିଏମ ତ୍ରୁଟି ଯୋଗୁ ଭୋଟଦାନ ବାଧାପ୍ରାପ୍ତ ହୋଇଥିଲା ।
ପ୍ରଥମ ପର୍ୟ୍ୟାୟ ନିର୍ବାଚନରେ ୯ ଜଣ ମନ୍ତ୍ରୀ ସେମାନଙ୍କ ଭାଗ୍ୟ କରୀକ୍ଷା କରିଛନ୍ତି। ଗତ ନିର୍ବାଚନରେ ଏହି ୫୮ଟି ଆସନରୁ ବିଜେପି ୫୩ଟି ଆସନରେ ବିଜୟ ଲାଭ କରିଥିଲା। ଆଜିର ନିର୍ବାଚନରେ ଜଣେ ଶତାୟୁ ଭୋଟରଙ୍କୁ ଦେଖିବାକୁ ମିଳିଥିଲା। ୧୦୬ ବର୍ଷୀୟ ମନ୍ନା ଦେବୀ ନାମ୍ନୀ ଜଣେ ବୃଦ୍ଧା ଗଣତନ୍ତ୍ରରେ ସାମିଲ ହୋଇ ନିଜର ମତଦାନ ସାବ୍ୟସ୍ତ କରିଥିଲେ। ତାଙ୍କୁ ୨ ଜଣ ସୁରକ୍ଷା କର୍ମୀ ମତଦଦାନ କେନ୍ଦ୍ରକୁ ନେଇ ଯାଉଥିବା ଦେଖିବାକୁ ମିଳିଥିଲା। ମାନ୍ନା ଦେବୀଙ୍କ ଘର ହେଉଛି ହାପୁର ଜିଲ୍ଲାରେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0