ରାଜଧାନୀରେ ବୁଧବାର 541 କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଫଳରେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ ସଂଖ୍ୟା 11 ହଜାର ପାର ହୋଇଛି। ତେବେ ଏଠାରେ ହୋମକ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ଅଧିକ ରହିଥିବା ଦେଖିବାକୁ ମିଳୁଛି ।ରାଜଧାନୀରେ ହୋମ କ୍ଵାରେଣ୍ଟାଇନରୁ 220 ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 23 ଜଣ ଘରୋଇ ହସ୍ପିଟାଲର କର୍ମଚାରୀ, 16 ଜଣ ପୋଲିସ କର୍ମଚାରୀ, 7 ଜଣ ନୀଳାଦ୍ରି ବିହାର ଅଞ୍ଚଳରୁ ଚିହ୍ନଟ କରାଯାଇଛି। ସେହିପରି 6 ଜଣ ଝାରପଡା, 9 ଜଣ ଉତ୍କଳ ୟୁନିଭରସିଟି କ୍ୟାମ୍ପସରୁ ଚିହ୍ନଟ ହୋଇଛନ୍ତି। 5 ଜଣ ୟୁନିଟ-8, 9 ଜଣ ୟୁନିଟ-6, 4 ଜଣ ସାଲିଆ ସାହି, 6 ଜଣ ନୀଳାଦ୍ରି ବିହାର, 3 ଜଣ ଡୁମଡୁମା, 3 ଜଣ ଝାରପଡ଼ା, 5 ଜଣ ମାଷ୍ଟରକ୍ୟାଣ୍ଟିନ, 3 ଜଣ ହଂସପାଳ, 3 ଜଣ କିଟ ଛକ, 3 ଜଣ ବରମୁଣ୍ଡା, 3 ଜଣ ଓଲଡ଼ ଷ୍ଟେସନ ଛକ ନିକଟରୁ ଚିହ୍ନଟ ହୋଇଛନ୍ତି ।ସେହିପରି ସ୍ଥାନୀୟ ସଂକ୍ରମଣରୁ ମୋଟ 321ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 11 ଜଣ ବ୍ୟାଙ୍କ କର୍ମଚାରୀ, 11 ଜଣ ପଟିଆ ଅଞ୍ଚଳରୁ, 10 ଜଣ ଶୈଳେଶ୍ରୀ ବିହାର, 11 ଜଣ ଭୀମପୁର, 5 ଜଣ ଭିଏସଏସ ନଗର, 6 ଜଣ ସୁନ୍ଦରପଦା, 4 ଜଣ ଓଲଡ଼ ଟାଉନ, 4 ଜଣ ସତ୍ୟନଗର, 7 ଜଣ ଚିନ୍ତାମଣିଶ୍ୱର, 5 ଜଣ ନୀଳାଦ୍ରି ବିହାର, 5 ଜଣ ୟୁନିଟ-9, 7 ଜଣ ନୟାପଲ୍ଲୀ ନୂଆସାହି, 6 ଜଣ ମଞ୍ଚେଶ୍ୱର, 4 ଜଣ ବଡଗଡ, 6 ଜଣ ଖଣ୍ଡଗିରିରୁ ଚିହ୍ନଟ ହୋଇଛନ୍ତି । ଅପରପକ୍ଷେ ଭୁବନେଶ୍ୱରରୁ 300 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଥିବା ବେଳେ ମୋଟ ଆକ୍ରାନ୍ତ ସଂଖ୍ୟା 11273 ରହିଛି । ଅନ୍ୟପକ୍ଷରେ 6935 ଜଣ ସୁସ୍ଥ ହୋଇଥିବା ବେଳେ 4282 ଜଣ ସକ୍ରିୟ ଓ 44 ଜଣଙ୍କର ମୃତ୍ୟୁ ହୋଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0