spot_img

ହୀରାକୁଦ ଅଞ୍ଚଳରେ ବିଷାକ୍ତ ଗ୍ୟାସ ପ୍ରଭାବରେ ଏକର ଏକର ଧାନ ଫସଲ ନଷ୍ଟ

ସମ୍ବଲପୁର: ଚାଷବାସରେ ପୁରି ଉଠୁଥିବା ଏହି କ୍ଷେତ ଏବେ ବିଷାକ୍ତ ଗ୍ୟାସ କବଳରେ । ଏଭଳି ଦୃଶ୍ୟ ସମ୍ବଲପୁରର ହୀରାକୁଦ ଅଞ୍ଚଳରେ  ଦେଖିବାକୁ ମିଳିଛି । ବିଷାକ୍ତ ଗ୍ୟାସ ପ୍ରଭାବରେ ଶହ ଶହ ଏକର ଏକର ଧାନ ଫସଲ ନଷ୍ଟ ହୋଇଛି । ଏହାର ଉଚିତ କ୍ଷତିପୂରଣ ଦାବି କରିଛନ୍ତି ଚାଷୀ । ସୂଚନା ମୁତାବକ, ଏଠାରେ ଥିବା ଏକ କାରାଖାନାରୁ ବିଷାକ୍ତ ଗ୍ୟାସ ନିର୍ଗତ ହୋଇ ଏପରି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । କମ୍ପାନୀରୁ ନିର୍ଗତ ବିଷାକ୍ତ ଗ୍ୟାସ ଯୋଗୁଁ ଅଞ୍ଚଳରେ ୨୦୦ରୁ ଅଧିକ ଧାନ ଫସଲ ନଷ୍ଟ ହୋଇଛି । ସେପଟେ ବିଷାକ୍ତ ଗ୍ୟାସ ଯୋଗୁଁ ଧାନ ଫସଲ ନଷ୍ଟ ହୋଇଥିବା ମାନିଛନ୍ତି ମୁଖ୍ୟ କୃଷି ଅଧିକାରୀ । ଚାଷୀଙ୍କୁୁ କିଭଳି କ୍ଷତିପୂରଣ ମିଳିବ ସେନେଇ କୃଷି ବିଭାଗ ଚେଷ୍ଟା କରିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular