spot_img

ଗାଜିଆବାଦର ଜୟପୁରିଆ ସ୍କୁଲ ଉପରେ ୧ଲକ୍ଷ ଟଙ୍କା ଜରିମାନା

ଗାଜିଆବାଦର ବେସରକାରୀ ସ୍କୁଲ ଉପରେ ପ୍ରଶାସନ ଚଢାଉ କରିଛି । ବାଲାନ୍ସ ସିଟ ଜମା ନକରିବା ଫଳରେ ଜିଲ୍ଲାଧିକାରୀ ବସୁନ୍ଧରାର ଜୟପୁରିଆ ସ୍କୁଲ ଉପରେ ୧ଲକ୍ଷ ଟଙ୍କା ଜରିମାନା ଲଗାଇଛି ଏବଂ ଡ଼ିଏଲଏଫ ସାହିବାବାଦ ସ୍କୁଲର ମାନ୍ୟତା ମଧ୍ୟ ରଦ୍ଦ କରିଦିଆଯାଇଛି । ଡିଷ୍ଟ୍ରିକ୍ଟ ଫିସ ରେଗୁଲେଟର କମିଟିର ଆଦେଶ ପାଳନ ନକରିବା ଫଳରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ଜୟପୁରିଆ ସ୍କୁଲ ଓ ଡ଼ିଏଲଏଫ ସାହିବାବାଦ ସହିତ ସେଣ୍ଟ ମେରି କନଭେଣ୍ଟ ସ୍କୁଲକୁ ୩ ଦିନ ମଧ୍ୟରେ ଜବାବ ଦେବା ପାଇଁ କୁହାଯାଇଛି । ପୂର୍ବରୁ ସବୁ ସ୍କୁଲକୁ ବାଲାନ୍ସ ସିଟ ଜମା କରିବା ପାଇଁ କୁହାଯାଇଥିଲା କିନ୍ତୁ ଏହି ତିନୋଟି ସ୍କୁଲ ଏହି ବାଲାନ୍ସ ସିଟ ଜମା କରିନଥିଲେ । ଏହାପରେ ଜିଲ୍ଲା ପ୍ରଶାସନ ଏହି ତିନୋଟି ସ୍କୁଲ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମିଳିଥିବା ସୁଚନା ଅନୁଯାୟୀ, ଗାଜିଆବାଦ ଅଭିଭାବକ ସଂଘ ପକ୍ଷରୁ ସ୍କୁଲ ଫିସକୁ ନେଇ ଜିଲ୍ଲା ପ୍ରଶାସନ ପାଖରେ ପାଞ୍ଚ ସୂତ୍ର ବିଶିଷ୍ଟ ଦାବିପତ୍ର ଦେଇଥିଲେ । ଏହାପରେ ଡ଼ିଏମ ଅଜୟ ଶଙ୍କର ପାଣ୍ଡେ ସ୍କୁଲକୁ ସେମାନଙ୍କର ବାଲାନ୍ସ ସିଟ ମାଗିଥିଲେ । ଜୟପୁରିଆ ସ୍କୁଲ ନିଜର ବାଲାନ୍ସ ସିଟ ଦାଖଲ କରିନଥିବା ଫଳରେ ଏହି ସ୍କୁଲ ଉପରେ ୧ ଲକ୍ଷ ଟଙ୍କା ଜରିମାନା ଲଗାଇଛି ସ୍ଥାନୀୟ ପ୍ରଶାସନ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular