ଢେଙ୍କାନାଳ ୨।୭: ଢେଙ୍କାନାଳ ରାସୋଳ ଥାନା ଅନ୍ତର୍ଗତ କଦଳିପାଳ ଛକରେ ନିଆଁ ଲଗାଇ ହୋଟେଲ ଜ।ଳିଦେଲେ ବରଯାତ୍ରୀ । ହୋଟେଲ ମାଲିକଙ୍କୁ ମାଡ ପିଟ ମଧ୍ୟ କରିଛନ୍ତି । ଏ ନେଇ ରାସୋଳ ଥାନାରେ ଅଭିଯୋଗ କରିଛନ୍ତି ହୋଟେଲ ମାଲିକ । ଅଗ୍ନିକାଣ୍ଡରେ ହୋଟେଲର ପ୍ରାୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ।

ହୋଟେଲଏ ନେଇ କଦଳିପାଳ ଗ୍ରାମର ହୋଟେଲ ମାଲିକ ବଟକୃଷ୍ଣ ବେହେରା ରାସୋଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବୁଧବାର ରାତିରେ ରାସୋଳ ଥାନା ଅନ୍ତର୍ଗତ କୁନୂଆ ଗ୍ରାମରୁ କଦଳିପାଳ ଗ୍ରାମକୁ ଏହି ବାହାଘର ବରଯାତ୍ରୀ ଦଳ ଆସିଥିଲେ । ମାତ୍ର ଏହି ହୋଟେଲରେ ମଦ ପିଇବା ପାଇଁ ଜିଦ୍ କରିବାରୁ ବାରଣ କରିଥିଲେ ହୋଟେଲ ମାଲିକ ବଟକୃଷ୍ଣ । ଫଳରେ ଉତ୍ତେଜିତ ବରଯାତ୍ରୀ ତାଙ୍କୁ ମାଡପିଟ କରିଥିବା ବେଳେ ଭୋର ସମୟରେ ଫେରିବା ବେଳେ ନିଆଁ ଲଗାଇ ପଳାଇଥିବା ଅଭିଯୋଗ ହୋଇଛି ।
ଭିତରେ ମଦ ପିଇବାକୁ ମନା କରିବାରୁ ନିଆଁ ଲଗାଇ ଦେଇଛନ୍ତି ଏହି ବରଯାତ୍ରୀ ଦଳ । ଖବର ପାଇ ରାସୋଳ ଦମକଳ ବାହିନୀ ଆଜି ଭୋର ସମୟରେ ଆସି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ହୋଟେଲଟି ଚାଳ ହୋଇଥିବାରୁ ସମୂର୍ଣ୍ଣ ଜଳିଯାଇ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0