spot_img

ଭୁବନେଶ୍ବରରୁ ୧୩ ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ଆଉ ୯ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଭୁବନେଶ୍ବରରୁ ପୁଣି ୧୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । । ୫ ଜଣ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ଘରେ ସଂଗରୋଧରେ ଥିଲେ ୮ ଜଣ ଆକ୍ରାନ୍ତ ।ଏହାକୁ ମିଶାଇ ଭୁବନେଶ୍ବରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୪୫ରେ ପହଁଚିଛି । ସୂଚନା ଅନୁଯାୟୀ ଏହି ୧୩ ପଜିଟିଭଙ୍କ ଭିତରୁ ନିଳାଦ୍ରୀ ବିହାର ଅଞ୍ଚଳରୁ ଜଣେ ଆସାମ୍ ଫେରନ୍ତା ଥିବାବେଳେ, ଟଙ୍କପାଣି ରୋଡ୍ ଅଞ୍ଚଳରୁ ୫ଜଣ ସାମିଲ୍ ଅଛନ୍ତି ।  ଏହାସହ ନୂଆଗାଁରୁ ୨ଜଣ, ଏମାନେ ମଧ୍ୟ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ।
ସେହିପରି ୟୁନିଟ୍-୧ ଅଞ୍ଚଳରୁ ଜଣେ ୨୫ ଯୁବକ ପଜିଟିଭ୍ । ସେ ନିକଟରେ ବେଙ୍ଗାଲୁରୁରୁ ଫେରି ହୋମ୍ କ୍ବାରେଣ୍ଟାଇନରେ ରହିଥିଲେ । ଓଲ୍ଡ ଟାଉନ୍ ଏବଂ ଖଣ୍ଡଗିରି ଅଞ୍ଚଳରୁ ୧ ପଜିଟିଭ୍ ଚିହ୍ନଟ । ସେହିପରି ସାଲିଆସାହି ଅଞ୍ଚଳରୁ ୧ ରେଲୱେ କର୍ମଚାରୀ ଏବଂ ଜୟଦେବ ବିହାରରୁ ଜଣେ ୧୮ବର୍ଷିୟା ଯୁବତୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏହା ସହ ଆଜି ଆଉ ୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ବର୍ତ୍ତମାନ ଭୁବନେଶ୍ୱରରେ ୧୩୯ ଆକ୍ଟିଭ୍ କେସ୍ ରହିଥିବାବେଳେ ସମୁଦାୟ ୨୦୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular