spot_img

ଭୁବନେଶ୍ୱର-ସୁରଟକୁ ଉଡିବ ଏୟାର ଇଣ୍ଡିଆ ବିମାନ

ଭୁବନେଶ୍ୱର: ଅନଲକ୍-୪ ପରେ ବିମାନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଯେଉଁମାନେ କରୋନା ମହାମାରୀ ମଧ୍ୟରେ ଗୁଜୁରାଟ ଯାତ୍ରା କରିବାକୁ ଇଛୁକ ଅଛନ୍ତି ସେମାନେ ବିମାନରେ ଯାଇପାରିବେ । କାରଣ ଭୁବନେଶ୍ୱର- ସୁରଟକୁ ପତ୍ୟକ୍ଷ ବିମାନ ସେବା ଆଗାମୀ ସେପ୍ଟେମ୍ବର ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ୱର ସୁରଟ ଅଭିମୁଖେ ଏୟାର ଇଣ୍ଡିଆର ବିମାନ ପତ୍ୟେକ ସୋମବାର ଓ ବୁଧବାର ଦିନ ସନ୍ଧ୍ୟା ୬ଟା ୨୦ ମିନିଟ୍ ସମୟରେ ଯାତ୍ରା ଆରମ୍ଭ କରିବ ବୋଲି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ବିମାନଟି ସୁରଟରୁ ଅପରାହ୍ନ ସାଢେ ୩ଟାରେ ଛାଡି ଭୁବନେଶ୍ୱରରେ ୫ଟା୨୦ ମିନିଟରେ ପହଞ୍ଚିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular