spot_img

ସାମାଜିକ ଗଣମାଧ୍ୟମରେ ଘୃଣ୍ୟ ବର୍ତ୍ତା ପୋଷ୍ଟ ପଡିଲା ମହଙ୍ଗା

ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଘୃଣ୍ୟ ବର୍ତ୍ତା ପୋଷ୍ଟ କରି ଓଡିଶାର ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି । ଓଡିଶା କଟକ ଜିଲ୍ଲାର ସାଲେପୁର ଥାନା ଅଞ୍ଚଳରୁ ସୟଦ ହାସନ ଅହମ୍ମଦ ନାମକ ୪୦ ବର୍ଷୀୟ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି ।
ସୂଚନାମୁତାବକ, ସୟଦ ହାସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କିଛି ଧାର୍ମିକ ନେତାଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଘୃଣ୍ୟ ବାର୍ତ୍ତା ପୋଷ୍ଟ କରିଥିଲେ । ଏହି ପୋଷ୍ଟ ବିରୋଧରେ ଉତ୍ତରପ୍ରଦେଶ ବାଗପାଟ ଜିଲ୍ଲା ସିଙ୍ଗବାଲି ପୋଲିସ୍ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏହି ଘଟଣାର ତଦନ୍ତ କରି ଉତ୍ତରପ୍ରଦେଶ ପୋଲିସ୍ ଗୁରୁବାର ଦିନ ଓଡିଶା ଆସି ସାଲେପୁରର କୁସୁମ୍ବି ଗାଁର ସୟଦ ହାସନ ଅହମ୍ମଦଙ୍କୁ ଗିରଫ କରିଛି । ଉତ୍ତରପ୍ରଦେଶ ପୋଲିସ୍ କହିବା ଅନୁସାରେ ଆପିସି ର ବିଭିନ୍ନ ଧାରା ଅଧୀନରେ ସୟଦଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ହାସନ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଧମକପୂର୍ଣ୍ଣ ଓ ଘୃର୍ଣ୍ଣ ବାର୍ତ୍ତା ପୋଷ୍ଟ କରିଥିବାର ଅନେକ ପ୍ରମାଣ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular