ରାଜ୍ୟରେ ଥିବା ଯୁକ୍ତ ୩ କଲେଜରେ ନାମଲେଖା ପାଇଁ ଆସନ୍ତା ୮ତାରିଖ ପୂର୍ବାହ୍ନ ୧୧ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀଙ୍କ ପାଇଁ www.dheodisha.gov.in/ www.samsodisha.gov.in ୱେବ୍ସାଇଟରେ କମନ୍ ଆପ୍ଲିକେସନ୍ ଫର୍ମ(ସିଏଏଫ) ଉପଲବ୍ଧ ହେବ । ସେପ୍ଟେମ୍ବର ୨୨ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଆବେଦନ କରିପାରିବେ। ୨୮ ତାରିଖ ପୂର୍ବାହ୍ନ ୧୧ଟାରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଏଥର କେବଳ ଅନଲାଇନ୍ରେ ନାମଲେଖା ଅନୁଷ୍ଠିତ ହେବ। ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୧ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଛାତ୍ରଛାତ୍ରୀ ସାମ୍ସ ଆକାଉଣ୍ଟରେ ଅନଲାଇନରେ ନାମଲେଖା ଫି’ ଦାଖଲ କରିପାରିବେ। ୨୯ ତାରିଖରୁ ଅକ୍ଟୋବର ୨ ମଧ୍ୟରେ ପ୍ରଥମ ପର୍ୟ୍ୟାୟ ନାମଲେଖା ସମ୍ପର୍କିତ ତଥ୍ୟ ଅନ୍ଲାଇନ୍ରେ ପ୍ରଦର୍ଶିତ ହେବ। ଅକ୍ଟୋବର ୮ରେ ଦ୍ୱିତୀୟ ପର୍ୟ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବ ଏବଂ ଅକ୍ଟୋବର ୮ରୁ ୧୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଅନଲାଇନରେ ନାମଲେଖା ଫି ଦାଖଲ କରିପାରିବେ। ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ସମ୍ପର୍କରେ ଚୂଡ଼ାନ୍ତ ତଥ୍ୟ ଅକ୍ଟୋବର ୧୩ ତାରିଖ ଅପରାହ୍ଣ ୫ଟାରେ ପ୍ରକାଶ ପାଇବ। ସ୍ପଟ୍ ନାମଲେଖା ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜଗୁଡ଼ିକୁ ସ୍ୱତନ୍ତ୍ର ଗାଇଡ୍ଲାଇନ୍ ପଠାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ଏଥର ନାମଲେଖା ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ସାମ୍ସ ଇ-ଆଡମିସନ୍ ମାଧ୍ୟମରେ କରାଯିବ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0