spot_img

ରାଜ୍ୟରେ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା, ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କରୋନା ସଂଖ୍ୟ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟ ଓଡ଼ିଶାର ୩୦ଟି ଜିଲ୍ଲାରୁ ୩ ହଜାର ୫ଶହ ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ୨୨୧କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୩ ହଜାର ୫ଶହ ୪୩ ଜଣ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୧୬୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଲୋକାଲ କେସ୍ ଅଛନ୍ତି ୧୩ ୮୨ ଜଣ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୮୭୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , କଟକରୁ ୨୯୫ ଜଣ, ପୁରୀରୁ ୬୧ ଜଣ, ରାୟଗଡ଼ାରୁ ୬୭ ଜଣ, ଭଦ୍ରକରୁ ୫୦ ଜଣ, ମୟୂରଭଞ୍ଜରୁ ୩୨୬ ଜଣ, ସୁନ୍ଦରଗଡ଼ରୁ ୫୬ ଜଣ, ବରଗଡ଼ରୁ ୨୭୪ ଜଣ, କେନ୍ଦୁଝରରୁ ୪୪ ଜଣ, ଗଞ୍ଜାମରୁ ୧୦୨ ଜଣ, ନବରଙ୍ଗପୁରରୁ ୩୩ ଜଣ, କେରାପୁଟରୁ ୯୦ ଜଣ, ସମ୍ବଲପୁରରୁ ୮୩ ଜଣ, ନୟାଗଡ଼ରୁ ୩୪ ଜଣ, ସୁବର୍ଣ୍ଣପୁରରୁ ୯୯ ଜଣ, ଜଗତସିଂହପୁରରୁ ୮୫ ଜଣ, ଅନୁଗୁଳରୁ ୬୮ ଜଣ, କେନ୍ଦ୍ରାପଡ଼ାରୁ ୪୮ ଜଣ, , ବୌଦ୍ଧରୁ ୬୭ ଜଣ, ବଲାଙ୍ଗିରରୁ ୩୭ ଜଣ, ନୂଆପଡ଼ାରୁ ୯୮ ଜଣ, ଝାରସୁଗୁଡ଼ାରୁ ୮୭ ଜଣ, କଳାହାଣ୍ଡିରୁ ୩୭ ଜଣ, କନ୍ଧମାଳରୁ ୩୮ ଜଣ, ଦେବଗଡ଼ରୁ ୪ ଜଣ, ଯାଜପୁରରୁ ୨୦୬ ଜଣ, , ଢ଼େଙ୍କାନାଳରୁ ୬୯ ଜଣ, ଗଜପତିରୁ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନାଗିରିରୁ ୨୫ ଜଣ ଓ ବାଲେଶ୍ୱରରୁ ୧୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular