spot_img

ଅନୁଭବଙ୍କ ବିରୋଧରେ ବର୍ଷାଙ୍କ ଅଭିଯୋଗ

ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ କୋର୍ଟକୁ ଗଲେ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି । ଗତ ଅଗଷ୍ଟ ୭ତାରିଖରେ କଟକ ଏସ୍ଡିଜିଏମ୍ କୋର୍ଟରେ ଅନୁଭବଙ୍କ ବିରୋଧରେ ଏକ ମାମାଲା ଦାୟର କରିଛନ୍ତି । ପାରିବାରିକ ହିଂସା ବିରୋଧ ଆଇନର ଧାରା ୧୨ ଅନୁଯାୟୀ ଏ ମାମାଲା ଦାୟର ହୋଇଥିବା ଜଣାପଡିଛି । ଆସନ୍ତା ୭ତାରିଖ ସୋମବାର ଦିନ ଏ ମାମାଲାର ପ୍ରଥମ ଶୁଣାଣି କରିବାକୁ ଧାର୍ଯ୍ୟ ହୋଇଥିବା ଜିଲ୍ଲା କୋର୍ଟର ଅଫିସିଆଲ୍ ଫେସବୁକସାଇଟରେ ଦର୍ଶାଯାଇଛି । ଏ ସମ୍ଫର୍କରେ ସାଂସଦ ଅନୁଭବ ମହାନ୍ତି ପ୍ରତିକ୍ରିୟା ରଖି କହିଛନ୍ତି ବର୍ତ୍ତମାନ ସୁଦ୍ଧା ତାଙ୍କ ପାଖକୁ କୈାଣସି ଲିଗାଲ ନୋଟିସ ଆସିନାହିଁ । ନୋଟିସ ଆସିଲେ ଗଣମାଧାମକୁ ନିଶ୍ଚୟ ଜଣାଇବେ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular