ଗୁରୁ ଶବ୍ଦର ଅର୍ଥ ହେଲା ଏମିତି ଜଣେ ମଣିଷ ଯାହାଙ୍କର କୌଣସି ଏକ କ୍ଷେତ୍ରରେ ବିଶେଷ ଜ୍ଞାନ ଓ ଦକ୍ଷତା ରହିଛି ଏବଂ ଯିଏ ଏହାକୁ ଅନ୍ୟମାନଙ୍କର ମାର୍ଗଦର୍ଶନ ପାଇଁ ବ୍ୟବହାର କରନ୍ତି । ‘ଗୁ’ ଶବ୍ଦର ଅର୍ଥ ଅନ୍ଧାର “ରୁ’ ଶବ୍ଦର ଅର୍ଥ ଆଲୁଅ । ଯିଏ ଅନ୍ଧାରରୁ ଆଲୋକକୁ ବାଟ କଢେଇ ନିଅନ୍ତି ତାଙ୍କୁ ଗୁରୁ କୁହାଯାଏ । ଭାରତର ପୁରାଣ ଓ ଦର୍ଶନରେ ଯିଏ ଅଜ୍ଞାନ ରୁ ଜ୍ଞାନ ଆଲୋକକୁ ନେଇଯାନ୍ତି ତାଙ୍କୁ ଗୁରୁ କୁହନ୍ତି । ଗୁରୁ ଊସ୍ହାହର ମୂଳାଧାର । ପାଶ୍ଚାତ୍ୟ ଦର୍ଶନରେ ନିଦ୍ଧିଷ୍ଟ ପରମ୍ପରା ବା ଧର୍ମର ପରିସୀମା ଭିତରେ ନଥାଇ ଯିଏ ଅନେକ ଅନୁଗାମୀ ଏକାଠି କରନ୍ତି ତାଙ୍କୁ ଗୁରୁ କୁହାଯାଏ ଏଭଳି ଏକ ମହାନ ବ୍ୟକ୍ତିତ୍ୱର ଅଧିକାରୀ ଜଣେ ଗୁରୁ ଡ଼ଃ.ଅଚ୍ୟୁତ ସାମନ୍ତ ସାର୍ ।
ଅଚ୍ୟୁତ ଯିଏ ନିଜର ଗତିପଥରୁ , କର୍ତ୍ତବ୍ୟପରାୟଣତା ଦାୟିତ୍ୱବୋଧରୁ ଚ୍ୟୁତ ହୋଇନଥିବା ଦରଦୀ ମଣିଷଟିଏ । ଜୀବନର ପ୍ରାରମ୍ଭରୁ ଆରମ୍ଭ ହୋଇଥିବା ପ୍ରତିକୁଳ ପରିସ୍ଥିତିକୁ ସମ୍ନା କରି ସଂଘର୍ଷକୁ ନିଜର କରି ଆଗକୁ ବଢିଥିବା ମହାଦ୍ରୁମଟିଏ , ଯିଏ ଦୀପଟିଏ ହୋଇ ହଜାର,ହଜାର, ଆଲୋକ ବର୍ତ୍ତିକା ପ୍ରଜ୍ୱଳିତ କରି ଆଲୋକର ଦିବ୍ୟ ଜ୍ୟୋତିଧାରାରେ ସେମାନଙ୍କ ଜୀବନକୁ କୁସୁମିତ କରିବା ସହ ଅନେକ ମଣିଷ ତିଆରି କାରାଖାନାର ପ୍ରାଣ ପ୍ରତିଷ୍ଠାତା, ସେ ମାନବ ନୁହନ୍ତି ଜଣେ ଅନୁଷ୍ଠାନ, ସେହି ଅଦମ଼୍ୟ ଚେଷ୍ଟା, ନିରନ୍ତର ପ୍ରୟାସ , ଅବିଚଳ ମନୋନିବେଶ, ଉଚ୍ଚକାଂକ୍ଷା ତାଙ୍କୁ କର୍ମଯୋଗୀରେ ରୂପାନ୍ତର କରିଦେଇଛି । ଅଭାବ ଅନାଟନର ସଂଘର୍ଷରେ ବଢି ଅଧ୍ୟାପନାରୁ ନିଜର ଦାୟିତ୍ୱବୋଧ ଜୀବନର ଅୟମାରମ୍ଭ ଚାକିରି କରି ଅର୍ଥ ରୋଜଗାରରେ ନିଜର ପରିବାର, ଅଞ୍ଚଳର ଉନ୍ନତିରେ ସହାୟକ ହୋଇପାରିଥାନ୍ତେ । କିନ୍ତୁ ବିଧାତାର ବିଚାର ଭିନ୍ନ ସମଗ୍ର ବିଶ୍ୱକୁ ପରିବାର ଭାବି ସାଂସାରିକ ମୋହମାୟାରୁ ନିଜକୁ ଊର୍ଦ୍ଧ୍ୱରେ ରଖି ବିଶ୍ୱ କଲ୍ୟାଣାର୍ଥେ ସମର୍ପିତ , ଯିଏ ହଜାର ହଜାର ଗରିବ,ନିରୀହ,ନିଷ୍ପେଷିତ, ଅବହେଳିତ ପିଲାଙ୍କୁ ଶିକ୍ଷାର ଆଲୋକରେ ଆଲୋକିତ କରିବେ , ଯିଏ ସମାଜର ହିତ ପାଇଁ ସମର୍ପିତ ,ସେ କ୍ଷୁଦ୍ରସ୍ୱାର୍ଥ ପାଇଁ ବନ୍ଧନ ଯୁକ୍ତ ହୋଇଥାନ୍ତେ କିପରି ? ଈଶ୍ୱର ଯାହାଙ୍କୁ ଅନୁଷ୍ଠାନ କରି ଗଢି ତୋଳିଛନ୍ତି ସେ ବ୍ୟକ୍ତି ବିଶେଷରେ ସନ୍ତୁଷ୍ଟ ହେବେ କିପରି? କଲରାବାଙ୍କରୁ ଜନ୍ମିତ ହୋଇ ‘କଳିଙ୍ଗ’ କୁ ଆନ୍ତର୍ଜାତିକ ସ୍ତରରେ ପ୍ରତିଷ୍ଠା କରାଇବାରେ କଳିଙ୍ଗ ମାଟିର ଯୋଗ୍ୟ ସନ୍ତାନ ଊସ୍ହର୍ଗୀକୃତ ମନୋଭାବର ସଫଳ ରୂପାୟନ କରି ପାରିଛନ୍ତି ମାଟି ମାଆ (କଳିଙ୍ଗ) କୁ ଭଲପାଉଥିବା ଦରଦୀ ମଣିଷଟି ପ୍ରତିଷ୍ଠା କରିଥିବା ସମସ୍ତ ଅନୁଷ୍ଠାନ ‘କଳିଙ୍ଗ’ ନାମରେ ସମର୍ପିତ । କଳିଯୁଗର ବସ୍ତୁବାଦୀ ଦୁନିଆରେ ସ୍ୱାର୍ଥନ୍ୱେଷୀ ମଣିଷ ନିଜର ଅଥବା ସଂପର୍କୀୟମାନଙ୍କୁ ଗୁରୁତ୍ୱାରୋପ କରୁଥିବାବେଳେ ଜନ୍ମମାଟିକୁ ଭଲ ପାଉଥିବା ବ୍ୟକ୍ତି ସେମାନଙ୍କଠାରୁ ଊର୍ଦ୍ଧରେ । ଏହା ମଧ୍ୟ ଆଜିର ସମାଜ ପାଇଁ ଅନୁକରଣୀୟ ।
ସମଗ୍ର ଓଡ଼ିଶାର ବଣ ପାହାଡ଼ ଘେରା ଜନଜାତି ମୁଲକର ଗରିବ,ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ପ୍ରଦୀପଟିଏ କରି ଗଢି ତୋଳିବାର ଯେଊଁ ଅଦମ୍ୟ ପ୍ରୟାସ, ଅବିଚଳିତ ମନୋବୃତ୍ତି ନିରନ୍ତର ଚେଷ୍ଟା ତାଙ୍କୁ ମହାନ କରିଛି । ଶିକ୍ଷାର ଅଭାବ ଯୋଗୁଁ ଯେଉଁମାନେ ନିଜର କୌଳିକ ବୃତ୍ତିକୁ ଆପଣେଇ ଥାଆନ୍ତେ ଅଥବା ଅଶିକ୍ଷିତ, ଅର୍ଦ୍ଧଶିକ୍ଷିତ ହୋଇଥାନ୍ତେ ସେମାନେ ଆଜି ଆଲୋକ ବର୍ତ୍ତିକା ହୋଇ ନିଜର, ନିଜ ପରିବାରର ,ନିଜ ଅଞ୍ଚଳର ଓଡ଼ିଶା ମାଟିର ସଫଳ ଭାବେ ନିଜକୁ ଉପସ୍ଥାପିତ କରିପାରିଛନ୍ତି । ଜଣେ ବ୍ୟକ୍ତି ବିଶେଷ ଦୁଇ ଦୁଇଟି ବିଶ୍ୱବିଦ୍ୟାଳୟ (କିଟ୍ ବିଶ୍ୱବିଦ୍ୟାଳୟ ଓ କିସ୍ ବିଶ୍ୱବିଦ୍ୟାଳୟ )ର ପ୍ରାଣ ପ୍ରତିଷ୍ଠାତା । ଅଭାବ ଅନାଟନରେ ପଢିପାରୁନଥିବା ଅନେକ ମେଧାବୀ ଛାତ୍ରଛାତ୍ରୀ ମାନଙ୍କର ମାଗଣା ଶିକ୍ଷା ପାଇଁ ଦାୟିତ୍ୱ ବହନ କରି କେବଳ ସେମାନଙ୍କର ପଥ ପ୍ରଦର୍ଶକ ନୁହନ୍ତି ସମସ୍ତ ଶିକ୍ଷାପ୍ରେମୀମାନଙ୍କ ଆଦର୍ଶ ପାଲଟି ଯାଇଛନ୍ତି , ବୀର ସହୀଦମାନଙ୍କର ସନ୍ତାନମାନେ ଅଥବା କରୋନାରେ ବଳିଦାନ କରିଥିବା ଯୋଦ୍ଧାମାନଙ୍କର ସନ୍ତାନମାନେ , ସମସ୍ତଙ୍କୁ ମାଗଣାରେ ଶିକ୍ଷାଦାନ କରିବାର ଯେଊଁ ବଳିଷ୍ଠ ପଦକ୍ଷେପ ତାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ,ସମାଜର ଅବହେଳିତ,ଦୁର୍ଘଟଣାଗ୍ରସ୍ତ ପରିବାର ଅନାଥ ପିଲାଙ୍କ ସାମନ୍ତସାର୍ ଆଶାର ଆଲୋକ ।
ମଣିଷ ଯେତେବେଳେ ଲୋଭ ମୋହ ମାୟା ପଛରେ ପଡ଼ି ସର୍ବଦା ବସ୍ତୁବାଦୀ ହୋଇ ଆଗକୁ ଦୌଡ଼େ ସେହି ସମୟରେ ଏଭଳି ଏକ ବ୍ୟକ୍ତି ନିଜ ମାଟି ମାଆକୁ ପ୍ରାଣ ଭଳି ଭଲ ପାଇ ନିଜ ଗାଁକୁ ସମଗ୍ର ଦେଶରେ ଏକ ଆଦର୍ଶ ଗ୍ରାମରେ ପରିଣତ କରିପାରିଛନ୍ତି । ଏହା ଆଜିର ସମାଜ ପାଇଁ ଅନୁକରଣୀୟ ,ଭାରତୀୟ ପରମ୍ପରାରେ ଗୁରୁଙ୍କ ସ୍ଥାନ ଅତୁଳନୀୟ । ଏହି ପବିତ୍ର ଗୁରୁଦିବସ ଅବସରରେ ଗୁରୁ ଡ଼ଃ.ଅଚ୍ୟୁତ ସାମନ୍ତ ସାରଙ୍କ ନିଷ୍ଠା ,ତ୍ୟାଗପୁତ ଜୀବନ, ସମୟାନୁବର୍ତ୍ତୀତା,ଦାୟିତ୍ୱବୋଧ, କର୍ତ୍ତବ୍ୟପରାୟଣତା, ସେବା ମନୋବୃତ୍ତି,ସମର୍ପଣ ଭାବ ସର୍ବଦା ସମାଜ ପାଇଁ ଅନୁକରଣୀୟ । ‘ଗୁରୁ’ ହେଉଛନ୍ତି ସମାଜର ପଥପ୍ରଦର୍ଶକ ।
ଛାତ୍ର ଇଂ.ରାଜଶେଖର ଲାହା



Visitors Today : 1
Total Visitors : 130167
Total Views : 9891612
Visitors Online Now : 1