ଅନୁଗୋଳ : ନିଯୁକ୍ତି ଓ ଥଇଥାନ ଦାବିରେ ଅନନ୍ତ କୋଇଲା ଖଣି କାର୍ଯ୍ୟ ବନ୍ଦ କଲେ ଅନୁଗୋଳ ଜିଲ୍ଲା ହିଲୁଇ ଏକଡ଼ାଳ ଗ୍ରାମବାସୀ। ଏହାସହ ସେମାନେ ଅନନ୍ତ ଟାଇମ ଅଫିସ ଆଗରେ ଧାରଣାରେ ବସିଛନ୍ତି। ଜମି ଅଧିଗ୍ରହଣ ଆଇନ ୨୦୦୬ ପଲିସି ଅନୁସାରେ ଏହି ଗ୍ରାମର ଜମି ଅଧିଗ୍ରହଣ ପରେ କ୍ଷତିଗ୍ରସ୍ତଙ୍କୁ ଚାକିରୀ ଏବଂ ଥଇଥାନ ନମିଳିବାରୁ ଏହି ଧାରଣା ଦିଆଯାଇଛି।
ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ, କିଛି ଲୋକଙ୍କୁ ଏ ପର୍ଯ୍ୟନ୍ତ ଚାକିରୀ ମିଳିନାହିଁ। ପାଖାପାଖି ୧୪୦ ଜଣଙ୍କୁ ଚାକିରୀ ଦେବାକୁ ବାକି ଅଛି। ଏଥିପ୍ରତି ଏମସିଏଲ ଅବହେଳା କରିଥିବାରୁ ବାଧ୍ୟ ହୋଇ ଆନ୍ଦୋଳନ କରାଯାଉଛି । ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଏବଂ ଏମସିଏଲ କର୍ତ୍ତୃପକ୍ଷ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରୁଛନ୍ତି । ତେବେ ଏମାନଙ୍କର ଦାବିକୁ ଜିଲ୍ଲା ପ୍ରଶାସନ ଏବଂ ଏମସିଏଲ ଗ୍ରହଣ କରିନେବା ଉଚିତ ବୋଲି ବିଭିନ୍ନ ଶ୍ରମିକ ସଂଗଠନପରାମର୍ଶ ଦେଇଛନ୍ତି।

ସେପଟେ ଶାନ୍ତି ଶୃଙ୍ଖଳା ପାଇଁ ଖଣିରେ ଏସଡିପିଓଙ୍କ ସହ ୩ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ଅଛନ୍ତି। ଖଣିରେ ଚାପା ଉତ୍ତେଜନା ଲାଗି ରହିଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0