ଆଜି ମହାପ୍ରଭୁଙ୍କ ନୀଳାଦ୍ରିବିଜେ । ନଅ ଦିନ ଧରି ଚାଲିଥିବା ରଥ ଯାତ୍ରାରେ ଆଜି ହେଉଛି ଶେଷ ପର୍ବ । ରଥ ଉପରୁ ରତ୍ମ ସିଂହାସନକୁ ବିଜେ କରିବେ ଚତୁର୍ଧାମୂର୍ତି । ଅପରାହ୍ନ ପ୍ରାୟ ୪ଟାରୁ ଆରମ୍ଭ ହେବ ଶ୍ରୀଜୀଉଙ୍କ ନୀଳିଦ୍ରିବିଜେ ପହଁଣ୍ଡିା ରଥ ଉପରେ ଠାକୁରଙ୍କ ସଂଧ୍ୟା ଆଳତୀ ଓ ସଂଧ୍ୟା ଧୂପ ହେବ । ଏହା ପରେ ରଥରେ ବନ୍ଧା ଯିବ ଚାରମାଳ । ପାଳିଆ ସେବକ ସିଂହାସନ ମାଜଣା କରିବେ । ଏହାପରେ ମହାପ୍ରଭୁଙ୍କୁ ପୁଷ୍ପାଂଜଳି ଅର୍ପଣ କରାଯାଇ ଆରମ୍ଭ ହେବ ନୀଳାଦ୍ରିବିଜେ ।
ଗତକାଲି ସମ୍ପର୍ଣ୍ଣ ହୋଇଥିଲା ମହାପ୍ରଭୁଙ୍କ ଅଧରପଣା ନୀତି । ଶ୍ରୀବିଗ୍ରହଙ୍କ ଆଗରେ ଅଧର ଉଚ୍ଚର ପଣା ହାଣ୍ଡି ପ୍ରସ୍ତୁତ ହୋଇ ରହିଥିଲା। ୩ ରଥରେ ୯ଟି ମାଟିପାତ୍ରରେ ପଣା ପ୍ରସ୍ତୁତ ହୋଇଥିଲା। ତିନିରଥରେ ପୂଜାର୍ଚ୍ଚନା ପରେ ଭଙ୍ଗାଯାଇଥିଲା ହାଣ୍ଡି। ମଧ୍ୟାହ୍ନ ଧୂପ ପରେ ତିନି ରଥରେ ଏହି ନୀତି ଆରମ୍ଭ ହୋଇଥିଲା। ମହାପ୍ରଭୁଙ୍କୁ ପଣା ଲାଗି ହେବା ପରେ ଏହାକୁ ରଥ ଉପରୁ ଢଳାଯାଇଥିଲା । ରଥର ପାର୍ଶ୍ୱ ଦେବଦେବୀ ଓ ଚଣ୍ଡୀଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଏହି ଅଧରପଣା ଢଳାଯାଇଥାଏ ବୋଲି ବିଶ୍ୱାସ ରହିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0