ସିନାପାଲି: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲାର ସିନାପାଲି ଥାନା ଅଞ୍ଚଳର ଜଣେ ଚୋରା ହୀରା ବେପାରୀଙ୍କୁ ପୁଲିସ୍ ଗିରଫ କରିଛି। ତାଙ୍କଠାରୁ ୧୭୧ ଖଣ୍ଡ ହୀରା ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସିନାପାଲି ଥାନା ଅନ୍ତର୍ଗତ ଗୋଡଲ ଗ୍ରାମର ସୁନ୍ଦର ପଟେଲଙ୍କ ପୁଅ ନୂତନ ପଟେଲ ଛତିଶଗଡ଼ର ପୋଇଲିଖଣ୍ଡ ହୀରାଖଣିରୁ ୧୭୧ ଖଣ୍ଡ ହୀରା ଚୋରି କରି ନେଇ ଆସୁଥିଲେ। ନୂତନ ପଟେଲ ମୋଟର ସାଇକେଲରେ ଆସୁଥିବା ସମୟରେ ଛତିଶଗଡ଼ର ଦେଭୋଗ ଥାନା ଅଧିକାରୀ କୌଣସି ସୂତ୍ରରୁ ଏହି ଖବର ପାଇ ଗୋଟିଏ ଟିମ ଗଠନ କରି ନୂତନ ପଟେଲଙ୍କୁ ଧରିଥିଲେ। ପୁଲିସ ତାଙ୍କ ପାଖରୁ ୧୭୧ ଖଣ୍ଡ ହୀରା ଜବତ କରିଥିଲା। ଏହି ହୀରାର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ତେବେ ନୂତଳ ପଟେଲଙ୍କ ନାଆରେ ଥାନାରେ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0