ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଅୟୋଜିତ ରାଜ୍ୟପାଳଙ୍କ ସମ୍ମିଳନୀରେ ଯୋଗ ଦେଇଥିଲେ । ସରକାରଙ୍କ ଦ୍ୱାରା କିଛି ଦିନ ପୂର୍ବରୁ ଲାଗୁ କରାଯାଇଥିବା ନୂତନ ଶିକ୍ଷାନୀତି ଉପରେ ଆଲୋଚନା ଜାରି ରହିଛି । ‘ଦେଶର ଲକ୍ଷ୍ୟ କେବଳ ଶିକ୍ଷା ନୀତି ଓ ବ୍ୟବସ୍ଥା ଦ୍ୱାରା ପୂରଣ କରାଯାଇପାରିବ । ଏହା ସହିତ ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ଉପରେ ସରକାରଙ୍କ ହସ୍ତକ୍ଷେପ କମ ହେବା ଆବଶ୍ୟକ’ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀରେ ଉଦବୋଧନ ଦେଇ କହିଛନ୍ତି ।

ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଉପରେ ମୋଦୀ କହିଛନ୍ତି, ଅନେକ ଲୋକଙ୍କ ମତାମତକୁ ନେଇ ଏହି ନୀତିକୁ ପ୍ରସ୍ତୁତ କରାଯାଇଛି । ଏହା ମଧ୍ୟରେ ଛାତ୍ର, ଶିକ୍ଷକ ଓ ଅଭିଭାବକ ସାମିଲ ଅଛନ୍ତି । ଏହି ନୂତନ ଶିକ୍ଷା ନୀତି ବର୍ତ୍ତମାନ ସମସ୍ତେ ଆପଣେଇବାକୁ ଲାଗିଲେଣି । ଲୋକମାନେ ଏଥିରେ ଯାହା ଦେଖିବାକୁ ଚାହୁଁଥିଲେ, ତାହା ଏବେ ଦୃଶ୍ୟମାନ ହେଉଛି । ଏହି ନୀତିକୁ କିପରି ଦେଶରେ କାର୍ଯ୍ୟକାରୀ କରାଯିବ ସେନେଇ ଆଲୋଚନା ଚାଲିଛି । ସାରା ବିଶ୍ୱ ଆଜି ଚାକିରି ଉପରେ ଆଲୋଚନା କରୁଛି । ଏହି ନୂତନ ଶିକ୍ଷା ନୀତି ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବଢାଇବା ସହ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ପୂରଣ କରିପାରିବ । ପୂର୍ବରୁ ପିଲାମାନେ ଯେଉଁଭଳି ବୋର୍ଡ଼ ପରୀକ୍ଷାରେ ଚାପରେ ରହୁଥିଲେ, ତାହା ଏହି ନୂତନ ଶିକ୍ଷା ନୀତିରେ ହ୍ରାସ କରାଯାଇଛି ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0