ମୁମ୍ବାଇ: ନିଜର ନିର୍ଭୀକତା ପାଇଁ ବଲିଉଡ଼ରେ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି କଙ୍ଗନା ରାଣାୱତ । କିଛିଦିନ ପୂର୍ବରୁ ବଲିଉଡ଼ରେ ଚାଲିଥିବା ନେପୋଟିଜମ୍ ଏବଂ ସିଧାସଳଖ ଡ଼୍ରଗ୍ସ କାରବାରରେ ମୁମ୍ବାଇ ପୁଲିସ ସମ୍ଫୃକ୍ତ ଥିବା ନେଇ ସେ ଅଭିଯୋଗ ଆଣିଥିଲେ । ଏହାପରେ ଶିବସେନାର ପ୍ରମୁଖ ନେତା ସଞ୍ଜୟ ରାୱତ ଏବଂ କଙ୍ଗନାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଥିଲା । ସଞ୍ଜୟ ରାୱତ କଙ୍ଗନାଙ୍କୁ ମୁମ୍ବାଇ ନ ଆସିବା ପାଇଁ ସିଧାସଳଖ ଧମକ ଦେଇଥିଲେ । କଙ୍ଗନା ତାଙ୍କର ଧମକର ପ୍ରତିଉତ୍ତରରେ ସେ ମୁମ୍ବାଇ ୯ ସେପ୍ଟେମ୍ବରରେ ଆସିବେ ବୋଲି କହିଥିଲେ । ଏହାର ପ୍ରତିବାଦରେ ଶିବସେନାକର୍ମୀ କଙ୍ଗନାଙ୍କ କୁଶପୁତ୍ତଳିକା ଦାହ କରିଥିଲେ । କଙ୍ଗନାଙ୍କ ଜୀବନ ପ୍ରତି ବିପଦ ଥିବା ଦେଖି ଆଜି କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ‘ୱାଇ’ ଶ୍ରେଣୀ ସୁରକ୍ଷା ପ୍ରଦାନ କରାଯାଇଛି । ୱାଇ ଶ୍ରେଣୀ ସୁରକ୍ଷାରେ ଦୁଇ ଜଣ କମାଣ୍ଡୋ, ଦୁଇଜଣ ପିଏସଓ ଏବଂ ଅନ୍ୟ ପୁଲିସ କର୍ମୀମାନେ ରହିଥାନ୍ତି । ଏହିପରି ଭାବରେ ସର୍ବମୋଟ ୧୧ ଜଣ ଅଧିକାରୀ ରହିଥାନ୍ତି । ୱାଇ ଶ୍ରେଣୀ ସୁରକ୍ଷା କେବଳ ନେତା ଏବଂ ପ୍ରତିଷ୍ଠିିତ ବ୍ୟକ୍ତିମାନଙ୍କୁ ହିଁ ଦିଆଯାଇଥାଏ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0