ପାଟଣା : ୨୨ଟିକିଆ ହାତୀପଲଙ୍କ ଉପଦ୍ରବ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରୁ ଆଜି ୨୨ଟିକିକଆ ହାତୀପଲ କରଞ୍ଜିଆ ରେଞ୍ଜକୁ ଧସେଇ ପସିଛନ୍ତି । ହାତୀପଲ ନଦୀ ପାର ହୋଇ ଚମ୍ପୁଆ ରେଞ୍ଜକୁ ପ୍ରବେଶ କରିଥିବାର ଦେଖିବାକୁ ମିଳିଛି ।ହାତୀପଲ ଧସେଇ ପଶିବା ଦ୍ୱାରା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିବା ସହିତ ଚମ୍ପୁଆ ରେଞ୍ଜର ପଦ୍ମପୁର, ନନ୍ଦପୁର ,ପାହାଡ଼ଭଙ୍ଗା ଓ ମାଳିପଶି ଅଞ୍ଚଳରେ ବ୍ୟାପକ ଧାନ ଓ ମକା ଚାଷ ନଷ୍ଟ କରିଛନ୍ତି । ଏବେ ହାତୀପଲ ବର୍ଦ୍ଧନା ଜଙ୍ଗଲରେ ଡେରା ପକାଇଛନ୍ତି। ଗାଁ ପାଖ ଜଙ୍ଗଲରେ ହାତୀପଲ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0