spot_img

ଭାରତ-ଚୀନ ସୀମାରେ ଫାଙ୍କା ଗୁଳି ବନିମୟ

ଭାରତ ଚୀନ ସୀମା ବେଳକୁ ବେଳ ଅଶାନ୍ତ ହେବାରେ ଲାଗିଛି । ଗତକାଲି ପୁଣି ପ୍ୟାଙ୍ଗୋଙ୍ଗ ଇଲାକାରେ ପୁଣି ଗୁଳିବିନିମୟ ହୋଇଛି । ୧୯୭୫ ମସିହା ପରେ ପ୍ରଥମ ଥର ପାଇଁ ଏପରି ଘଟଣା ଘଟିଛି । ସୋମବାର ରାତିରେ ଲାଦାଖ ସୀମାରେ ଏମିତି କିଛି ଘଟିଛି, ଯାହା ଆଗରୁ କେବେ ଦେଖିବାକୁ ମିଳିନଥିଲା । ଏଲଏସିରେ ଦୁଇ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଏହି ଫାୟାରିଂରେ କାହାକୁ ନିଶାନା କରାଯାଇନଥିଲା । ଗୋଟେପଟେ ଆଲୋଚନା ମାଧ୍ୟମରେ ସ୍ଥିତି ସୁଧାରିବାକୁ ଉଦ୍ୟମ ଚାଲିଥିବା ବେଳେ, ଏଲଏସିରେ ସ୍ଥିତି ଶୋଚନୀୟ ହୋଇପଡ଼ିଛି । କାଲା ଟପ୍ ଓ ପ୍ୟାଙ୍ଗୋଙ୍ଗ ଇଲାକାର କେତେକ ସ୍ଥାନରେ ଭାରତୀୟ ସେନା ସଜାଗ ଅଛନ୍ତି । ଯାହା ରଣନୀତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ଆଉ ଏହା ହିଁ ଚୀନର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଗତକାଲି ପୁଣି ଥରେ ଚୀନ ସେନା ବର୍ଡରରେ ଆଗକୁ ବଢ଼ିବାକୁ ଚେଷ୍ଟା କରିଥିଲା । ଫଳରେ ଭାରତୀୟ ସେନା ଚେତାବନୀ ଦେବାକୁ ଯାଇ ଫାଙ୍କା ଗୁଳିଚାଳନା କରିଥିଲା । ଏହାପରେ ଚୀନ ସେନା ପଛକୁ ହଟିଥିଲା । ଏହା ପୂର୍ବରୁ ଅଗଷ୍ଟ ୩୧ରେ ଗୁଳିବିନିମୟ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular