ଭୁବନେଶ୍ୱର : କରୋନାର ସ୍ଥିତି ସଙ୍ଗୀନ ରହିଛି । ରାଜ୍ୟରେ କରୋନା ଗ୍ରାଫ ଉପରମୁହାଁ ହୋଇଚାଲିଛି । ଖାସ୍ କରି ଖୋର୍ଦ୍ଧା, କଟକ ଜିଲ୍ଲା ପରି କେତେକ ଉପକୂଳ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ବଢୁଛି । ଖାସ୍ କରି ଅମାନିଆଙ୍କ ପାଇଁ ସଂକ୍ରମଣ ବଢୁଥିବାର ଜଣାପଡିଛି ।ତେବେ ସେହି ଅମାନିଆଙ୍କ ପ୍ରତି କଠୋର ମନୋଭାବ ଦେଖାଇଛନ୍ତି ରାଜ୍ୟ ସରକାର । ଏଣିକି ବିନା କାମରେ ବାହାରେ ବୁଲିବା ଓ କୋଭିଡ଼ କଟକଣା ନମାନିବା ପଡିବ ମହଙ୍ଗା । ପଦାକୁ ବାହାରିବାବେଳେ ମାସ୍କ ପିନ୍ଧିବାକୁ ଭୁଲନ୍ତୁ ନାହିଁ । ଛକ ବଜାରରେ ଖଟି ଜମାନ୍ତୁ ନାହିଁ । ଅଯଥାରେ ଭିଡ଼ କରନ୍ତୁ ନାହିଁ । ପରସ୍ପରଠାରୁ ଦୂରତା ରକ୍ଷା କରନ୍ତୁ । ନହେଲେ ଆଉ ଛାଡ୍ ମିଳିବନି । ବୁଧବାରଠାରୁ ଅମାନିଆଙ୍କ ବରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ହେବ । ଟିକିଏ ନିୟମ ଖିଲାପ କଲେ ଧରିବେ ପୁଲିସ ଓ ସ୍ଥାନୀୟ ପ୍ରଶାସନ । କଠୋର ଦଣ୍ଡବିଧାନ ହେବ ଅମାନିଆଙ୍କ ବିରୋଧରେ । ଏ ନେଇ ସତର୍କ କରାଇ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା । ଆହୁରି ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି , ସେପ୍ଟେମ୍ବର ମାସରୁ ଲକ୍ଡାଉନ୍, ସଟ୍ଡାଉନ୍ କଟକଣା କୋହଳ କରାଯାଇଛି । ଏହାର ଅର୍ଥ ନୁହେଁ, କରୋନା ପଳାଇଲା। ଯେପର୍ୟ୍ୟନ୍ତ ସମସ୍ତଙ୍କ ପାଇଁ ଭ୍ୟାକସିନ୍ ଆସିନାହିଁ । ସେପର୍ୟ୍ୟନ୍ତ ସତର୍କ ରହିବାକୁ ପଡ଼ିବ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0