ବିଶ୍ୱ ଭାରତ ସଂଗଠନ (ୱାଲର୍ଡ ହେଲଥ୍ ଅର୍ଗାନାଇଜେସନ) ର କହିବା ଅନୁସାରେ ଭାରତ ଭ୍ୟାକସିନ୍ ଆବଣ୍ଟନର ଅନ୍ତରାଷ୍ଟ୍ରୀୟ ପ୍ଲାନ ‘କୋଭାକ୍ସ ଫ୍ୟାସିଲିଟି’ର ଅଂଶୀଦାର ହୋଇପାରିବ । ଭାରତ ଏହି ସ୍କିମର ଅଂଶୀଦାର ହେବା ପାଇଁ ଯୋଗ୍ୟ । ଡବ୍ଲ୍ୟୁଏଚଓ ଏହି ବିଷୟରେ ଭାରତ ସରକାରଙ୍କ ସହ କଥାବାର୍ତ୍ତା ଜାରି ରଖିଛି । ଡବ୍ଲ୍ୟୁଏଚଓର ବରିଷ୍ଠ ପରାମର୍ଶଦାତା ବ୍ରୁସ୍ ଅୟଲୱାର୍ଡ ଜେନିଭାରେ ଏକ ପ୍ରେସ୍ ବିବୃତିରେ ଏହି କଥା କହିଛନ୍ତି । କରୋନାକୁ ସମୂଳେ ଧ୍ୱଂସ କରିବା ପାଇଁ ଭାରତ ଏକ ବଡ଼ ସହଯୋଗୀ ଭାବେ ସାମ୍ନାକୁ ଆସିଛି । କୋଭାକ୍ସ ଫ୍ୟାସିଲିଟିର ନେତୃତ୍ୱ ଡବ୍ଲ୍ୟୁଏଚଓ ଓ ଗାଭି ଆଲିୟାଂଶ ଏକତ୍ର ଭାବେ ଏହାର ନେତୃତ୍ୱ ନେଉଛନ୍ତି । ଗାବି (ଗ୍ଲୋବାଲ ଆଲିୟାଂଶ ଫର ଭ୍ୟାକ୍ସିନସ୍ ଆଣ୍ଡ ଇମ୍ୟୁନାଇଜେସନ) ଅନେକ ଦେଶର ସରକାର , ଡବ୍ଲ୍ୟୁଏଚଓ ଓ ବିଲ-ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ଏକତ୍ର ମିଶି ତିଆରି କରିଛନ୍ତି । ସାରା ଦୁନିଆର କରୋନା ଭାଇରସ ଭ୍ୟାକ୍ସିନକୁ କିଣି ଆବଶ୍ୟକ ଥିବା ସ୍ଥାନମାନଙ୍କରେ ପହଞ୍ଚାଇବା ଏହାର ଉଦ୍ଦେଶ୍ୟ । ଆମେରିକା ସମେତ ଅନ୍ୟ ଦେଶମାନେ ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା ଔଷଧ କମ୍ପାନୀ ସହ ଦ୍ୱିପାକ୍ଷିକ ଚୁକ୍ତି କରିନେଇଛନ୍ତି । ପୂର୍ବ ବର୍ଷ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ କୋଭିଡ-୧୯ ପାଇଁ ଭାରତରେ ପ୍ରଥମ ଭ୍ୟାକସିନ୍ ଆସିଯିବ ବୋଲି କହିଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0