ବାଲିଗୁଡ଼ା: ଗଞ୍ଜେଇ ଚୋରାଚାଲାଣ ବେଳେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ । ବାଲିଗୁଡ଼ା ଥାନା ନାଡ଼ାପାଟାଙ୍ଗ୍ ନିକଟସ୍ଥ ରାସ୍ତା କଡ଼ ଜଙ୍ଗଲରୁ ୧୦୦କେଜି ୫୦୦ଗ୍ରାମ୍ ଗଞେଇ ଜବତ କରିଛି ପୋଲିସ୍ । ଘଟଣାରେ ଜଣେ ମାଫିଆକୁ ଗିରଫ କରିଛି ପୋଲିସ୍ । ସୂଚନା ଅନୁସାରେ ବାହାର ଜିଲ୍ଲାର କିଛି ଗଞେଇ ମାଫିଆଙ୍କୁ ଗଞେଇ ଯୋଗାଇବାକୁ ବାଲିଗୁଡ଼ା ଥାନା ଅଞ୍ଚଳର ଚିତ୍ରସେନ ନାୟକ ନାମକ ଜଣେ ଗଞ୍ଜେଇ ମାଫିଆ ନାଡ଼ାପାଟାଙ୍ଘ ନିକଟସ୍ଥ ରାସ୍ତା କଡ଼ ଜଙ୍ଗଲରେ ଡାଳ ପତ୍ର ଘୋଡ଼ାଇ ୧୦୦କେଜି ୫୦୦ଗ୍ରାମ୍ ଗଞେଇ ଲୁଚେଇ ରଖବା ସହ ଗାଡ଼ି ଅପେକ୍ଷାରେ ଥିଲା ।
ବିଶ୍ୱସ୍ତ ସୂତ୍ରରୁ ଖବରପାଇ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଗଞ୍ଜେଇ ସହ ମାଫିଆ ଚିତ୍ରସେନ ନାୟକକୁ ଗିରଫ କରିଛି ପୋଲିସ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।



Visitors Today : 1
Total Visitors : 130304
Total Views : 9891807
Visitors Online Now : 0