ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଲୁଟେରା ମାତିଥିବାର ଖବର ମିଳିଛି। ସୋମବାର ବିଳମ୍ବିତ ରାତିରେ ଜନୈକ ପରିବା ବ୍ୟବସାୟୀଙ୍କୁ ଆକ୍ରମଣ କରି ଟଙ୍କା ଓ ସୁନାଚେନ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ପିପିଲି ଥାନା ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୧୧ଟା ବେଳେ ପିପିଲି ଥାନା ଅନ୍ତର୍ଗତ ପୋଡଙ୍ଗ ଗାଁର ପରିବା ବ୍ୟବସାୟୀ ନିରଂଜନ ନାୟକ(୪୫)ଙ୍କୁ ହାଣି ତାଙ୍କର ସୁନା ଚେନ ଓ ନଗଦ ୪୦ହଜାର ଟଙ୍କା ଲୁଟେରାମାନେ ଲୁଟି ନେଇଥିଲେ । ଗତ ମାସକ ମଧ୍ୟରେ ୧୪ରୁ ଅଧିକ ଲୁଟ୍ ହେଲାଣି । ଗତ ସପ୍ତାହରେ ଲୁଟେରାଙ୍କ ଦୌରାତ୍ମ୍ୟ ଯୋଗୁ ପିପିଲି ଏନ ଏ ସି ର ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟ ଘଟିଛି। କିନ୍ତୁ ଏଯାବତ୍ ପିପିଲି ଥାନା ପକ୍ଷରୁ ଲୁଟେରାଙ୍କୁ ଧରିବା ବା ସେମାନଙ୍କ ଦୌରାତ୍ମ୍ୟକୁ ପ୍ରତିହତ କରିବା ଲାଗି କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି।



Visitors Today : 1
Total Visitors : 130555
Total Views : 9892108
Visitors Online Now : 0