ନୂଆଦିଲ୍ଲୀ: ପରଲୋକରେ ବିଶିଷ୍ଟ ତେଲୁଗୁ ଚଳଚ୍ଚିତ୍ର ଅଭିନେତା ଜୟ ପ୍ରକାଶ ରେଡ୍ଡୀ । ମଙ୍ଗଳବାର ଦିନ ତାଙ୍କର ପରଲୋକ ଘଟିଛି । ୭୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ତାଙ୍କର ଏପରି ଅକାଳ ବିୟୋଗରେ ସଂପୂର୍ଣ୍ଣ ତେଲୁଗୁ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡ଼ୁ ଗଭୀର ଶୋକ ପ୍ରକାଶ କରିଛନ୍ତି । ଜୟ ପ୍ରକାଶ ରେଡ୍ଡୀଙ୍କ ଅକାଳ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଏକ ଟ୍ୱିଟ କରି ଲେଖିଛନ୍ତି ‘ଜୟ ପ୍ରକାଶ ରେଡ୍ଡୀଙ୍କ ବିୟୋଗରେ ତେଲୁଗୁ ସିନେମା ଏକ ବହୁତ ମୂଲ୍ୟବାନ କଳାକାରକୁ ହରାଇଛି । କିଛି ଦଶକ ମଧ୍ୟରେ ତାଙ୍କର ବହୁମୁଖୀ ପ୍ରଦର୍ଶନ ଆମକୁ ଅନେକ ସିନେମା ମାଧ୍ୟମରେ ବାନ୍ଧି ରଖିଥିଲା । ଏପରି ଏକ ଦୁଃଖଦ ସମୟରେ ତାଙ୍କର ପରିବାରକୁ ମୋର ସମବେଦନା ଜଣାଉଛି’ ।
Telugu cinema and theatre has lost a gem today with the demise of Jayaprakash Reddy Garu. His versatile performances over several decades have given us many a memorable cinematic moments. My heart goes out to his family and friends in this hour of grief. #JayaPrakashReddy pic.twitter.com/gOCfffmQjP
— N Chandrababu Naidu #StayHomeSaveLives (@ncbn) September 8, 2020
ଉଲ୍ଲେଖଯୋଗ୍ୟ, ଜୟ ପ୍ରକାଶ ରେଡ୍ଡୀ ତେଲୁଗୁ ସିନେମାରେ କମେଡ଼ି ରୋଲରେ ବେଶ ପରିଚିତ ଥିଲେ । ତାଙ୍କର ଲୋକପ୍ରିୟ ଫିଲ୍ମ ମାନଙ୍କ ମଧ୍ୟରୁ ସମରସିମହା ରେଡ୍ଡୀ, ପ୍ରେମିଚୁକୁନ୍ଦମ ରା, ନରସିମହା ନାଇଡ଼ୁ, ଜୁଲାଇ, ରେଡ୍ଡୀ, କିକ, ଜୟଂ ମନଡ଼େରା ଆଦି ଫିଲ୍ମ ହେଉଛି ଅନ୍ୟତମ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0