spot_img

ଗଞ୍ଜାମରେ ଆରମ୍ଭ ହେଲା ଅକ୍ସିଜେନ୍ ଟେଷ୍ଟ୍

ଗଞ୍ଜାମ :  ରାଜ୍ୟ ସରକାରଙ୍କ ଅନ୍ୟ ଏକ ପ୍ରୟାସ । ଗଞ୍ଜାମ ଜିଲ୍ଲାରେ ପ୍ରତ୍ୟକ ଲୋକଙ୍କ ହେବ ଅକ୍ସିଜେନ ଟେଷ୍ଟ । ଜିଲ୍ଲାପାଳଙ୍କ ଟ୍ୱିଟ ପରେ ମଙ୍ଗଳବାରଠାରୁ ଘର ଘର ବୁଲି  ଆରମ୍ଭ ହୋଇଛି ଅକ୍ସିଜେନ ଟେଷ୍ଟିଂ ।

ଏହି ଟେଷ୍ଟରେ ଜଣେ ଡାକ୍ତର, ଏନଏମ ଦିଦି ସମେତ ଆଶା ଅଙ୍ଗନବାଡି, ଜଣେ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି । ଜିଲ୍ଲାର ସମସ୍ତ ଗ୍ରାମରେ ଘର ଘର ବୁଲି ଅକ୍ସିଜେନ ଟେଷ୍ଟ କରାଯାଉଥିବା ବେଳେ ବରିଷ୍ଠ ନାଗରିକ ଏବଂ ମଧୁମେହ ରୋଗୀଙ୍କ ଦୁଇଥର ଟେଷ୍ଟ କରାଯାଉଛି । ତେବେ ଯେଉଁମାନଙ୍କ ଅକ୍ସିଜେନ୍ ସ୍ତର ୯୨ରୁ କମ ରହୁଛି ରିପୋର୍ଟ ମିଳିବା ପରେ ସେମାନଙ୍କର ଚିକିତ୍ସା କରାଯିବ ବୋଲି କହିଛନ୍ତି ଡାକ୍ତର । ଗାଁ ଗାଁ ଘର ଘର ବୁଲି କରାଯାଉଥିବା ଏହି ଅକ୍ସିଜେନ ଟେଷ୍ଟକୁ ସ୍ୱାଗତ କରିଛନ୍ତି  ଜିଲ୍ଲାବାସୀ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular