ବିଗତ କିଛି ଦିନ ହେବ ଭାରତ ଓ ଚୀନର ତିକ୍ତତା ବଢ଼ିବାରେ ଲାଗିଛି । ଚୀନ ସୀମାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ଭାରତ ମଧ୍ୟ ତାର ସଠିକ ଯବାବ ଦେଉଛି । ଭାରତ ହାତରେ ନମାରି ଭାତରେ ମାରିବା ନୀତିକୁ ପ୍ରୟୋଗ କରି ଭାରତରେ ପ୍ରଚଳିତ ହେଉଥିବା ଚାଇନିଜ ଆପକୁ ବ୍ୟାନ କରିବାରେ ଲାଗିଛି । ସେହିପରି ଭାବେ ବର୍ତ୍ତମାନ ସମୟରେ ଚୀନକୁ ଆଉ ଏକ ଝଟକା ଲାଗିଛି । କେନ୍ଦ୍ର ସରକାରଙ୍କ ରାଷ୍ଟ୍ରିୟ ରାଜମାର୍ଗ ପ୍ରାଧିକରଣ (NHAI) ଚୀନର ଏକ କମ୍ପାନୀକୁ ଅଯୋଗ୍ୟ ଘୋଷିତ କରିଛି । ପଶ୍ଚିମବଙ୍ଗରେ ଗଙ୍ଗାନଦୀ ଉପରେ ଏକ ନିର୍ମାଣାଧୀନ ପୋଲ ଗାର୍ଡ଼ର ଭାଙ୍ଗିଯିବା ମାମଲାରେ କମ୍ପାନୀ ଦାୟୀ ଥିବା ଜଣାପଡ଼ିଥିଲା । ସେଥିପାଇଁ କମ୍ପାନୀ ଆଗାମୀ ୩ ବର୍ଷ ଯାଏଁ ର କୈାଣସି ପରିଯୋଜନାରେ ଭାଗ ନେବନାହିଁ ।
NHAI ଅନୁଯାୟୀ, ଏହି ପରିଯୋଜନାକୁ କାର୍ୟ୍ୟରୂପ ଦେଉଥିବା ଚାଇନିଜ କମ୍ପାନୀ କିଙ୍ଗଦାଓ କନ୍ସଟ୍ରକ୍ସନ ଇଂଜିନିୟରିଂ (Qingdao Construction Engineering) ଗ୍ରୁପ କମ୍ପାନୀ ଲିମିଟେଡ଼ ଏବଂ ଘରୋଇ କମ୍ପାନୀ ଆରକେଇସି ପ୍ରୋଜେକ୍ଟସ ଲିମିଟେଡ଼ (RKEC Projects Ltd) ଉପରେ ସଂଯୁକ୍ତ ରୂପେ ଭବିଷ୍ୟତରେ କୌଣସି ପରିଯୋଜନାରେ ସ୍ୱାମୀ ନ ହେବାକୁ ପ୍ରତିବନ୍ଧକ ଲଗାଯାଇଛି । ଏହି ପରିଯୋଜନାରେ ହୋଇଥିବା ଦୁର୍ଘଟଣା ପରେ ଏନଏଚଏଆଇ ମାମଲାର ତଦନ୍ତ ପାଇଁ ପୋଲ ବିଶେଷଜ୍ଞ ନିଯୁକ୍ତ କରିଥିଲେ । ଏଥିପାଇଁ ଠିକାଦାର, ଡିଜାଇନ କନ୍ସଲଟାଣ୍ଟ ଏବଂ ଲଂଚିଙ୍ଗ ଗାର୍ଡର ଡିଜାଇନର ମଧ୍ୟରେ ସଠିକ ଯୋଗାଯୋଗ ହୋଇନଥିବା ବିଶେଷଜ୍ଞ ନିଜ ତଦନ୍ତରେ ଜାଣିବାକୁ ପାଇଥିଲେ । ଏଥିପାଇଁ ଠିକାଦାର, ଡିଜାଇନ କନ୍ସଲଟାଣ୍ଟ ଏବଂ ଲଂଚିଙ୍ଗ ଗାର୍ଡର ପ୍ରଣାଳୀକୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା



Visitors Today : 2
Total Visitors : 130428
Total Views : 9891959
Visitors Online Now : 0