ଭୁବନେଶ୍ୱର: ରାଜ୍ୟ ପାଇଁ ଖୁସି ଖବର । ଆଜି ପୁଣି ୨୭୮୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ଏହି ୨୭୮୭ ଜଣ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦୨୧୮୫କୁ ବୃଦ୍ଧି ଘଟିଛି । ସୁସ୍ଥ ହୋଇଥିବା ଏହି ୨୭୮୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୧୧୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲ୍ଲାରୁ ୨୩୦ ଜଣ, ପୁରୀ ଜିଲ୍ଲାରୁ ୧୯୨ ଜଣ, ମୟୂରଭଂଜ ଜିଲ୍ଲାରୁ ୧୫୩ ଜଣ, ଗଂଜାମ ଜିଲ୍ଲାରୁ ୧୧୫ ଜଣ, ବାଲେଶ୍ୱର ଜିଲ୍ଲାରୁ ୭୮ ଜଣ କେନ୍ଦୁଝର ଜିଲ୍ଲାରୁ ୭୬ ଜଣ, ବରଗଡ଼ ଜିଲ୍ଲାରୁ ୭୫ ଜଣ, ଯାଜପୁର ଜିଲ୍ଲାରୁ ୬୮ ଜଣ, କୋରାପୁଟ ଜିଲ୍ଲାରୁ ୬୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୬୪ ଜଣ, ସମ୍ବଲପୁର ଜିଲ୍ଲାରୁ ୬୨ ଜଣ, ଭଦ୍ରକ ଜିଲ୍ଲାରୁ ୫୪ ଜଣ ଓ ଝାରସୁଗୁଡ଼ା ଜିଲ୍ଲାରୁ ୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ନବରଂଗପୁର ଜିଲ୍ଲାରୁ ୪୫ ଜଣ, ମାଲକାନଗିରି ଜିଲ୍ଲାରୁ ୪୧ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୩୬ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୫ ଜଣ, ବଲାଙ୍ଗୀର, କନ୍ଧମାଳ ଜିଲ୍ଲାରୁ ୨୮-୨୮ ଜଣ, ନୂଆପଡ଼ା ଜିଲ୍ଲାରୁ ୨୫ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୩ ଜଣ, କଳାହାଣ୍ଡି, ରାୟଗଡ଼ା ଜିଲ୍ଲାରୁ ୧୮-୧୮ ଜଣ, ଗଜପତି ଜିଲ୍ଲାରୁ ୧୭ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫ ଜଣ, ନୟାଗଡ଼ ଜିଲ୍ଲାରୁ ୧୨ ଜଣ, ଅନୁଗୁଳ ଜିଲ୍ଲାରୁ ୯ ଜଣ ଓ ବୌଦ୍ଧ ଜିଲ୍ଲାରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0