ଫ୍ରାନ୍ସର ରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ଗୁରୁବାର ଦିନ ଅମ୍ବାଲାରେ ରାଫେଲ ଜେଟ୍ର ଔପଚାରିକ ଭାବେ ବାୟୁସେନାରେ ସାମିଲ ହେବା ସମାରୋହରେ ଯୋଗଦେବେ । ପାଞ୍ଚଟି ଫ୍ରେଞ୍ଚ ରାଫେଲ ବିମାନ ଅମ୍ବାଲା ବାୟୁସେନା ବେସରେ ଅଛନ୍ତି । ଫ୍ରେଞ୍ଚ ରକ୍ଷା ମନ୍ତ୍ରୀଙ୍କ ସହ ବିନିର୍ମାଣ ଉଦ୍ୟୋଗ ପ୍ରତିନିଧିଙ୍କ ଏକ ପ୍ରତିନିଧିମଣ୍ଡଳ ମଧ୍ୟ ଆସିବାର ସମ୍ଭାବନା ଅଛି । ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ତାଙ୍କର ଏକ ବୈଠକ ହେବାର ସମ୍ଭାବନା ଅଛି । ଏହି ଜେଟ୍ଗୁଡ଼ିକ ମଧ୍ୟରେ ତିନୋଟି ଗୋଟିକିଆ ସିଟ୍ ବିଶିଷ୍ଟ ଓ ଦୁଇଟି ଟ୍ୱିନ୍ ସିଟ୍ ବିଶିଷ୍ଟ ବିମାନ ସାମିଲ ଅଛି । ଜୁଲାଇ ୨୯ ତାରିଖରେ ଏହା ଫ୍ରାନ୍ସରୁ ଉଡ଼ାଣ ଭରିଥିଲା । ଏହାକୁ ଉଡାଇଥିବା ପାଇଲଟ୍ଙ୍କୁ ଭାରତୀୟ ବାୟୁସେନା ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଭାରତୀୟ ବାୟୁସେନା ମୁଖ୍ୟ ଆର.କେ.ଏସ ଭଦୌରିଆ ଏହି ସ୍ୱାଗତ କରିଥିଲେ । ରାଫେଲର ପ୍ରଥମ ସ୍କ୍ୱାଡ୍ରନ ଅମ୍ବାଲା ଏୟାର ବେସରୁ ସଞ୍ଚାଳିତ ହେବ । କ଼ାରଣ ରଣନୀତିକ ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅଛି । ଏଠାରେ ଜାଗୁଆର ଓ ମିଗ୍ ୨୧ ମଧ୍ୟ ଅଛି । ୪.୫ ଜେନେରେସନର ଏହି ରାଫେଲ ବିମାନ ଦୁନିଆର ସବୁଠାରୁ ଉତ୍କୃଷ୍ଟ ଲଢ଼ୁଆ ବିମାନ । ଗୋଟିଏ ଉଠାଣରେ ଅନେକ ଅଭିଯାନକୁ ସଫଳ କରିବାରେ ଏହା ସମର୍ଥ । ଏହି ବିମାନକୁ ‘ଓମନି ରୋଲ ବିମାନ’ ମଧ୍ୟ କୁହାଯାଏ । ଏହାର ଅର୍ଥ ହେଉଛି ଏହି ବିମାନ ଏକ ସମୟରେ ଅତି କମ୍ରେ ଚାରୋଟି ମିଶନକୁ ସଫଳ କରିପାରିବ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0