spot_img

ପରଲୋକରେ ସିନେ ନିର୍ଦେଶକ ଶାରଦା ନାୟକ

ବିିଶିଷ୍ଟ ଚଳଚ୍ଚିତ୍ର ନିର୍ଦେଶକ ତଥା ଗୀତିକାର ଶାରଦା ପ୍ରଶନ୍ନ ନାୟକଙ୍କ ଆଜି ପରଲୋକ ଘଟିଛି । ୯୪ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ତାଙ୍କ ଦେହାନ୍ତ ଘଟିଛି । ସାନ ଭାଇ ସ୍ୱରୂପ ନାୟକ ତାଙ୍କ ମୃତୁ୍ୟ ବିଷୟରେ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ଶାରଦା ନାୟକ ଅନେକ ଓଡ଼ିଆ ଫିଲ୍ମର ସଫଳ ନିଦେ୍ର୍ଦଶନା ଏବଂ ସଂଳାପ ଦେଇଥିଲେ । ତାଙ୍କ ସଫଳ ଫିଲ୍ମ ମଧ୍ୟରେ ଲକ୍ଷ୍ମୀ, କା,ସ୍ତ୍ରୀ,ସଂସାର ଆଦି ଅନ୍ୟତମ । ତାଙ୍କ ନିଦେ୍ର୍ଦଶିତ ‘ଲକ୍ଷ୍ମୀ’ ଚଳଚ୍ଚିତ୍ର ରାଷ୍ଟ୍ରପତି ପୁରସ୍କାର ପାଇଥିଲା । ୨୦୧୩ରେ ସେ ଜୟଦେବ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular