ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ଦୁଇଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଉଭୟଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୬ରେ ପହଞ୍ଚିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ପୀଡ଼ିତ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି। ଏହି ଦୁଇ ମୃତକଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡ଼ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ଗଜପତି ଜିଲ୍ଲାର। ଉଭୟ ସୁନ୍ଦରଗଡ଼ ଓ ଗଜପତି ଜିଲ୍ଲାରେ ଏହା ହେଉଛି ପ୍ରଥମ କରୋନା ମୃତ୍ୟୁ।
ଉଭୟ ମୃତକ ପୁରୁଷ। ଗଜପତିର ମୃତକଙ୍କ ବୟସ ୪୦ ବର୍ଷ । ସୁନ୍ଦରଗଡ଼ ଜିଲ୍ଲାର ମୃତକ ଜଣକ ୬୪ ବର୍ଷ ବୟସ୍କ ପୁରୁଷ , ଯିଏ ମଧୁମେହରେ ମଧ୍ୟ ପୀଡ଼ିତ ଥିଲେ। ରାଜ୍ୟରେ ଆଜି ପୁଣି ୪୬୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୭୦କୁ ବୃଦ୍ଧି ପାଇଛି। ଏଣେ ମୋଟ୍ ୫୯୩୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୯୦ ରହିଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0