ଅନୁଗୁଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ । ଅନୁଗୁଳ ଜିଲ୍ଲା ଘଐ୫୫ ନିକଟ ମୂଷାପାପୁଲି ଇସ୍କନ ମନ୍ଦିର ନିକଟରେ ଘଟିଛି ଘଟଣା । ମୃତ ବ୍ୟକ୍ତିଙ୍କ ନାମ ପାଣ୍ଡବ ସାହୁ । ସେହିପରି ହାତୀ ଆକ୍ରମଣରେ ଅନ୍ୟ ଜଣେ ଆହତ ଥିବା ଜଣାପଡିଛି । ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ. ସକାଳ ସମୟରେ ବିଲକୁ କାମ କରିବାକୁ ଯାଉଥିବା ବେଳେ ହାତୀ ମାନଙ୍କ ସମ୍ମୁଖରେ ପଡ଼ିଯାଇଥିଲେ। ହାତୀ ଶୁଣ୍ଢରେ ଟେକି କଚାଡି ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ କୌଣଳ କ୍ରମେ ସେଠାରୁ ଦୌଡି ଆସିବା ଦ୍ୱାରା ସେ ସାମାନ୍ୟ ଆହତ ହୋଇଛନ୍ତି । ଅନୁଗୁଳ ସହର ଠାରୁ ମାତ୍ର ୫ କିମି ଦୂରରେ ଘଟିଛି ଏହି ଘଟଣା। ହାତୀ ଉପଦ୍ରବରେ ସହରବାସୀ ଆତଙ୍କିତ। ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ହାତୀକୁ ଘଉଡାଇବା ପାଇଁ ଚେଷ୍ଟା କରୁଛି। ଆହତଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0