ଭୁବନେଶ୍ୱର : ରାଜଧାନୀରେ ଗଜରାଜ ଆତଙ୍କ । ଅନ୍ଧାରୁଆ ଓ ଭରତପୁର ମଝିରେ ଥିବା ଜିଏ କଲୋନୀରେ ଗତକାଲି ରାତିରେ ପଶିଥିଲା ହାତୀ । ହାତୀ ପଶିବା ପରେ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା । ହାତୀକୁ ଦେଖିବା ପରେ କଲୋନାବାସିନ୍ଦା ବନବିଭାଗକୁ ଖବର ଦେଇଥିଲେ । ହାତୀ କଲୋନା ଭିତରେ କିଛି ଲୋକଙ୍କ ଘର ପାଚେରୀ ଭାଙ୍ଗି ଦେଇଥିଲା । ଗଛ ମଧ୍ୟ ଉପାଡି ଦେଇଥିଲା ।
ଫଳରେ ପୁରା ଜିଏ କଲୋନୀରେ ଭୟ ଖେଳି ଯାଇଥିଲା । ରାତି ପ୍ରାୟ ୧୧ଟା ବେଳକୁ ଚନ୍ଦକା ବନବିଭାଗ କର୍ମଚାରୀ ପହଁଚି ହାତୀକୁ ଠାବ କରି , ଜଙ୍ଗଲକୁ ଘଉଡାଇବାରେ ସଫଳ ହୋଇଥିଲେ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0