spot_img

କନ୍ଧମାଳ: ପୁଲିସ ଓ ମାଓବାଦୀ ଗୁଳି ବିନିମୟରେ ୪ କ୍ୟାଡ଼ର ମାଓବାଦୀ ନିହତ

ଫୁଲବାଣୀ: କନ୍ଧମାଳ ପୁଲିସକୁ ଏକ ବଡ଼ ସଫଳତା ମିଳିଥିବାର ଜଣାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, କନ୍ଧମାଳ ପୁଲିସ ଓ ମାଓବାଦୀ ଗୁଳି ବିନିମୟରେ ୪ ବି ଜି ଏନ କ୍ୟାଡ଼ର ମାଓବାଦୀଙ୍କ ମୃତ୍ୟୁ ଘଟିଛି। ତୁମୁଡ଼ିବନ୍ଧ ସିର୍ଲା ଜଙ୍ଗଲରେ ଆଜି ସକାଳେ ପୁଲିସ ଓ ମାଓବାଦୀ ଗୁଳି ବିନିମୟ ଘଟଣା ଘଟିଥିବା ନେଇ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ଗୀତା ସିଂହ ସୂଚନା ଦେଇଛନ୍ତି।
ଏହି ସମୟରେ ମାଓବାଦୀମାନଙ୍କଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଓ କୁମ୍ବିଂ ଅପରେସନ ଜାରି ଥିବା ନେଇ ବି ସେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ଓଡ଼ିଶା ପୁଲିସ ଅଧୀନରେ ଥିବା ଏକ ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ (ଏସଓଜି) କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଅନ୍ତର୍ଗତ ସମରବନ୍ଧା ଜଙ୍ଗଲ ଅଞ୍ଚଳରେ ଚାଲିଥିବା ଏକ ମାଓବାଦୀ ଶିବିରକୁ ଧ୍ବଂସ କରିଥିବା ଜଣାଯାଇଥିଲା। ଏସଓଜି ଟିମ୍ କ୍ୟାମ୍ପରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା । ସୂଚନା ଯୋଗ୍ୟ ଯେ ଆସନ୍ତା ୨୬ ତାରିଖରୁ ଜିଲ୍ଲାରେ କାର୍ୟ୍ୟ କରୁଥିବା ମାଓବାଦୀ ସଂଗଠନ କେକେବିଏନ ସହିଦ ସପ୍ତାହ ପାଳନ କରିବାକୁ ଯାଉଛି। ଏହି ଅବସରରେ ଜିଲ୍ଲାରେ ବଡ ଧରଣର ଅଘଟଣ ଘଟାଇବାର ଯୋଜନା ସଂଗଠନ କରିଛି। ଏଭଳି ସୂଚନା ପାଇବା ପରେ କନ୍ଧମାଳ ପୁଲିସ୍ ଜିଲ୍ଲା ରେ ଜୋରଦାର କୁମ୍ବିଂ ଅପରେସନ ଜାରି ରଖିଛି। ୪ ଦିନ ତଳେ ଫିରିଙ୍ଗିଆ ଜଙ୍ଗଲରେ କୁମ୍ବିଂ ଅପରେସନ ବେଳେ ଏକ ମାଓ କ୍ୟାମ୍ପ ଠାବ କରିବା ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା । କିନ୍ତୁ ଶିବିରରେ ଥିବା କ୍ୟାଡର ମାଓବାଦୀ ଦାସୁଲୁ, ଆକାଶ ପ୍ରମୁଖ ଫେରାର ହେବାରେ ସଫଳ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular