spot_img

ଯାଜପୁର ଜିଲ୍ଲାରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ପିସିସି କମିଟି

ଯାଜପୁର : ଯାଜପୁର ଜିଲ୍ଲା ଗସ୍ତ କରି ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ। କମିଟି ପକ୍ଷରୁ ପୂର୍ବତନ ସାଂସଦ ଭକ୍ତ ଦାସ, ପୂର୍ବତନ ସାଂସଦ ପ୍ରଦୀପ ମାଝି ବଡଚଣା ବ୍ଲକ ଓ ବରି ବ୍ଲକର ଅନେକ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି।

ବନ୍ୟାରେ ବେଶ୍ କ୍ଷତିଗ୍ରସ୍ତ ହୋଇଥିବା ବରି ବ୍ଲକ ପରିଦର୍ଶନ ପରେ କହିଛନ୍ତି କମିଟିର ସଦସ୍ୟ। କମିଟି ବଡଚଣା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ବନ୍ୟାରେ ସୃଷ୍ଟି ଘାଇ ଦେଖିଛନ୍ତି। ଏହା ସହିତ ବଡଚଣା ବ୍ଲକ ମୂଷାଠିକିରି ଗ୍ରାମରେ ବନ୍ୟାରେ ଭାସି ମୃତ୍ୟୁବରଣ କରିଥିବା କଲେଜ ଛାତ୍ର ଅମିତ୍‌ ଦାସଙ୍କ ପରିବାରକୁ ଭେଟିଥିଲେ।

କମିଟିର ସଦସ୍ୟ ପ୍ରଭାବିତ ଗାଁ ଲୋକଙ୍କ ସହ ଆଲୋଚନା କରି ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ପ୍ରଭାବିତଙ୍କ ସମସ୍ୟା ସରକାରଙ୍କଠାରେ ଉତ୍‌ଥାପନ କରିବେ ବୋଲି କମିଟି କହିଛି। ବନ୍ୟା କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ରିଲିଫ ସାମଗ୍ରୀ ପହଞ୍ଚାଇବା ସହ ଲୋକଙ୍କୁ କ୍ଷତିପୂରଣ ଦେବା ପାଇଁ ଦାବି ସଦସ୍ୟ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular