ମୁମ୍ବାଇ: ମୁମ୍ବାଇର ଏକ ବିଶେଷ ଅଦାଲତ ଗୁରୁବାର ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ଶୈାଭିକଙ୍କ ଜାମିନ ଆବେଦନର ଶୁଣାଣି କରିଛନ୍ତି । ଦୁଇ ପକ୍ଷର ଆବେଦନକୁ ଶୁଣିବା ପରେ କୋର୍ଟ ଏହି ଶୁଣାଣିକୁ କାଲି ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ବର୍ତ୍ତମାନ ଅଦାଲତ ରିୟା, ଶୈାଭିକଙ୍କ ସହ ଅନ୍ୟ ୬ ଆରୋପୀଙ୍କର ଜାମିନ ଆବେଦନ ଉପରେ ଶୁକ୍ରବାର ଶୁଣାଣି କରିବେ । ସୂଚନାଯୋଗ୍ୟ, ଦୁଇଜଣଙ୍କୁ ଶୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଜଡ଼ିତ ଡ଼୍ରଗ୍ସ ମାମଲାରେ ଏନସିବି ଗିରଫ କରିଥିଲା । ମିଳିଥିବା ସୂଚନା ମୁତାବକ, ରିୟା ୨୦ ଫର୍ଦ୍ଦ ବିଶିଷ୍ଟ ଜାମିନ ଆବେଦନ କରିଥିଲେ । ଯେଉଁଥିରେ କୁହାଯାଇଛି କି, ମୁଁ ନିର୍ଦୋଷ, ମୁଁ କୋଣସି ଦୋଷ କରିନି । ମୁଁ କମ ମାତ୍ରାରେ ଡ଼୍ରଗ୍ସ କିଣିବା ଛଡ଼ା ଅନ୍ୟ କୈାଣସି ବଡ଼ ମାମଲାରେ ମୋର ହାତ ନାହିଁ । ଜେଲକୁ ଦ୍ୱାରା ମୋତେ ଦୋଷ ମାନିବାକୁ ବାଧ୍ୟ କରାଯାଇଥିଲା । ୬,୭ ଓ ୮ ଡ଼ିସେମ୍ବରରେ ଏନସିବି ମୋତେ ପଚରାଉଚରା ପାଇଁ ଡ଼କାଇଥିଲା ଏବଂ ସେଠାରେ ଦୀର୍ଘ ୮ ଘଣ୍ଟା ଧରି ପୁରୁଷ ଅଧିକାରୀ ମାନେ ମୋତେ ପଚରାଉଚରା କରିଥିଲେ । ଏହା ସହିତ ସେଠାରେ କୈାଣସି ମହିଳା ଅଧିକାରୀ ମଧ୍ୟ ନଥିଲେ । ମୁଁ ଏହି ମାମଲାରେ ସଦା ସର୍ବଦା ସହଯୋଗ କରି ଆସିଛି । ଯଦି ମୋତେ ନ୍ୟାୟିକ ହାଜତରେ ରଖାଯାଏ, ତାହେଲେ ମୋ ଜୀବନ ସୁରକ୍ଷିତ ନୁହେଁ ବୋଲି ରିୟା ଉଲ୍ଲେଖ କରିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0