spot_img

ଭାରତରେ କୋଭିଶିଲ୍ଡ ଟୀକା ପରୀକ୍ଷଣ ସ୍ଥଗିତ

ନୂଆଦିଲ୍ଲୀ:ଭାରତରେ କୋଭିଶିଲ୍ଡ ଟୀକା ପରୀକ୍ଷଣ ସ୍ଥଗିତ ରଖାଯାଇଛି । ଆମେରିକା ଅକ୍ସଫୋର୍ଡ କଂପାନୀ ପ୍ରସ୍ତୁତ ଟିକା ବନ୍ଦ କରିବା ପାଇଁ ସେରମ ଇନଷ୍ଟିଚୁ୍ୟଟ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ସେରମ୍ ଇନଷ୍ଟିଚୁ୍ୟଟ୍ ଅଫ୍ ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆଷ୍ଟ୍ରାଜେନକା ସହ ମିଳିତ ଭାବେ ଅକ୍ସଫୋର୍ଡ ୟୁନିଭର୍ସିଟି ପାଇଁ କୋଭିଶିଲ୍ଡ ଟିକା ଉତ୍ପାଦନ କରୁଛି । ଗତ ସେପ୍ଟେମ୍ବର ଆଠ ତାରିଖରେ ଆଷ୍ଟ୍ରାଜେନକାର ଟ୍ରାଏଲର ସାମ୍ନା କରିଥିବା ଜଣେ ବ୍ୟକ୍ତି ଅସୁସ୍ଥତା ଅନୁଭବ କରିବାରୁ ଏହି ଫାର୍ମା କମ୍ପାନୀ ଟ୍ରାଏଲ ସ୍ଥଗିତ ରଖିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular