spot_img

ଦୁଇଟି କିସ୍ତିରେ ମିଳିବ ପିଏଫ୍ ଟଙ୍କା

ନୂଆଦିଲ୍ଲୀ: ବିତ୍ତ ବର୍ଷ ୨୦୧୯-୨୦୨୦ ପାଇଁ ଇପିଏଫଧାରୀଙ୍କୁ ୮.୫୦ ପ୍ରତିଶତ ସୁଧ ମିଳିବ । ଚାକିରିଆଙ୍କ ପାଇଁ ବଳକା ରାଶି ହିସାବରେ ଇପିଏଫ ରାଶି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି ଫଣ୍ଡରେ ସରକାରଙ୍କ ତରଫରୁ ପ୍ରତି ବର୍ଷ ସୁଧ ମଧ୍ୟ ଦିଆଯାଇଥାଏ । ଏହି ସୁଧ ପିଏଫ୍ ଖାତାଧାରୀଙ୍କୁ ମିଳିଥାଏ । ପ୍ରତିଥର ସୁଧର ଦର ସଂଶୋଧିତ ହୋଇଥାଏ । ଗତ ବିତ୍ତ ବର୍ଷରେ ପିଏଫରେ ୮.୫୦ ପ୍ରତିଶତ ସୁଧ ମିଳିବ । ଯାହା ବିଗତ ସାତ ବର୍ଷ ମଧ୍ୟରେ ସବୁଠାରୁ କମ୍ । ଏହି ଟଙ୍କା ଦୁଇଟି କିସ୍ତିରେ ଦିଆଯିବ । ସୂଚନାଯୋଗ୍ୟ କି ଏହି ସୀମା ଭିତରେ ପ୍ରାୟ ୬ କୋଟି ହିତାଧିକାରୀ ଆସୁଛନ୍ତି । ପ୍ରୋଭିଡେଣ୍ଟ ଫଣ୍ଡ ଉପରେ ୮.୫୦ ପ୍ରତିଶତ ହିସାବରେ ବର୍ତ୍ତମାନ ୮.୧୫ ପ୍ରତିଶତ ସୁଧ ଇପିଏଫ ଖାତାରେ ଜମାହେବ । ବାକି ୦.୩୫ ପ୍ରତିଶତ ସୁଧ ଏହି ବର୍ଷ ଡିସେମ୍ବର ଯାଏ ଅଂଶଧାରକଙ୍କ ଇପିଏଫ ଖାତାରେ ଜମା କରାଯିବ । ଇପିଏଫ୍ ଏକ୍ସଚେଞ୍ଜ ଟ୍ରେଡେଡ୍ ଫଣ୍ଡରେ କରାଯାଇଥିବା କିଛି ନିବେଶକୁ ବଜାରରେ ବିକ୍ରି କରିବାକୁ ଯୋଜନା କରିଥିଲା । ଇପିଏଫ ଖାତାଧାରୀଙ୍କୁ ୮.୫ ପ୍ରତିଶତ ସୁଧ ପୁରା ଦିଆଯିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ କୋଭିଡ଼୍-୧୯ କାରଣରୁ ବଜାରରେ ବୃଦ୍ଧି ଓ ହ୍ରାସ ଘଟୁଥିବାରୁ ଏପରି କରାଯାଇପାରିନଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular