ସମ୍ବଲପୁର: ସମ୍ବଲପୁର ୫୫ନମ୍ବର ଜାତୀୟ ରାଜପଥ ଜୁଜୁମୁରା ଥାନା ଅନ୍ତର୍ଗତ ସମ୍ବଲପୁରୀ ଢ଼ାବା ସାମ୍ନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଆଜି ଅନୁଗୁଳରୁ ସମ୍ବଲପୁର ଅଭିମୁଖେ ଏକ କୋଇଲା ବୋଝେଇ ଟ୍ରକ୍ ଆସୁଥିଲା। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ବିହିନା ଟାଟା ନେକ୍ସନ୍ କାର ଦ୍ରୁତଗତିରେ ଯାଉଥିବା କୋଇଲା ବୋଝେଇ ଟ୍ରକ୍ ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟଲୋକ ଘଟଣାସ୍ଥଳକୁ ଦୌଡ଼ି ଆସି ସଙ୍ଗେସଙ୍ଗେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର ଓ ଟ୍ରକ୍ କୁ ଜବତ କରି ମୃତଦେହକୁ ଗାଡ଼ି ଭିତରୁ ଉଦ୍ଧାର କରୁଛି।
ତେବେ ଦୁର୍ଘଟଣାଗ୍ରସ୍ତ କାରଟି ନୂଆ ଥିବାରୁ ନମ୍ବର ନଥିଲା। ତେଣୁ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଦୁଇମୃତକଙ୍କ ପରିଚୟ ମିଳି ପାରି ନାହିଁ।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0