spot_img

କୋରୋନା ଭାଇରସକୁ ହାଲୁକାରେ ଗ୍ରହଣ ନ କରିବାକୁ ଲୋକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧ

ବୈଜ୍ଞାନିକମାନେ ଏକ ଟିକା ପ୍ରସ୍ତୁତ ନକରିବା ପର୍ୟ୍ୟନ୍ତ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ନିୟମ ପାଳନ କରନ୍ତୁ ବୋଲି ମୋଦି ଆହ୍ବାନ କରିଛନ୍ତି ।ସେ କହିଛନ୍ତି, ‘ ଆପଣମାନଙ୍କଠାରୁ ଆମେ କିଛି ଆଶା କରୁଛୁ । ତାହା ହେଉଛି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପାଳନ କରନ୍ତୁ ’ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ସୁରକ୍ଷିତ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ । ପରିବାରର ବରିଷ୍ଠ ନାଗରିକଙ୍କ ଯତ୍ନ ନିଅନ୍ତୁ, ଏହା ଗୁରୁତ୍ବପୂର୍ଣ୍ଣ ଅଟେ । କୋରୋନା ଭାଇରସକୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ ’ ।ଆଜି(ଗୁରୁବାର) ୨୦,୦୫୦ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ଚଗଗଝଣ)ର ଉନ୍ମୋଚନ ସମାରୋହକୁ ସମ୍ବୋଧିତ କରିଛନ୍ତି ମୋଦି । ଏ ଅବସରରେ ସେ ଜନତାଙ୍କୁ କୋଭିଡ ଠାରୁ ସଚେତନ ରହିବାକୁ ଆହ୍ବାନ ଦେଇଛନ୍ତି । ଏହାସହ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ଲୋକଙ୍କୁ ବାରଣ କରିଛନ୍ତି ପ୍ରଧାନମନ୍ତ୍ରୀ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗୁରୁବାର ଦେଶରେ ରେକର୍ଡ ସଂଖ୍ୟକ ୯୫,୭୩୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧,୧୭୨ ଜଣଙ୍କର ମୃତ୍ୟୁ ଘଟିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular