spot_img

ଗ୍ରାଇଣ୍ଡର ମଗରୁ ଉଦ୍ଧାର ହେଲା ଢ଼ମଣା

ଅନୁଗୁଳ:  ମିକ୍ସଚର ଗ୍ରାଇଣ୍ଡର ମଗରେ ଫସିଥିବା ଢ଼ମଣା ସାପ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ । ଦୀର୍ଘ ଏକ ଘଣ୍ଟାର ଅପରେସନ ସଫଳ ହୋଇଛି । ସାପଟିର ଲମ୍ବ ହେଉଛି ୫ ଫୁଟ । ଏକ କଟର ମେସିନ ଦ୍ୱାରା ଗ୍ରାଇଣ୍ଡର ମଗକୁ କଟାଯାଇ ସେଥିରୁ ସାପଟିକୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ସାପ ଦେହରେ ଲାଗିଥିବା ଆଘାତକୁ ପ୍ରାଥମିକ ଚିକିତ୍ସା କରାଯାଇଛି । ଆଜି ସ୍ଥାନୀୟ ସରକାରୀ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ  ଚିକିତ୍ସା ପାଇଁ ନିଆଯିବ । ଏନେଇ ସ୍ଥାନୀୟ ବନ ବିଭାଗକୁ ଆଗୁଆ ସୂଚନା ମଧ୍ୟ ଦିଆ ସରିଛି । ସାପଟି ସୁସ୍ଥ ହେବା ପରେ ତାକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ିଦିଆଯିବ । ଏଭଳି ଏକ ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବଗଡ଼ିଆ ଗାଁରେ ଦେଖିବାକୁ ମିଳିଛି ।

snac

ସୂଚନା ଅନୁଯାୟୀ, ଉକ୍ତ ଗାଁର ନିରାକାର ମହାପାତ୍ରଙ୍କ ଘର ଅଗଣାରେ ଏକ ପରିତ୍ୟକ୍ତ ମିକ୍ସଚର-ଗ୍ରାଇଣ୍ଡର ମଗରେ ଏକ ବଡ଼ ସାପ ଫସି ଯାଇଛି । ତେବେ ଭୟଭୀତ ହୋଇ ନିରାକାର ସ୍ନେକ ହେଲ୍ପ ଲାଇନକୁ ଫୋନ କରିଥିଲେ । ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ହିମାଂଶୁ ଶେଖର ଦେହୁରୀ ଘଟଣା ସ୍ଥଳରେ ପହଞ୍ଚି ସାପ ଢ଼ମଣା ସାପ ବୋଲି ଚିହ୍ନଟ କରିଥିଲେ । ସାପ ଫସିଯିବା ଫଳରେ ତାର ପେଟ ପାଖରେ ଚମଡା ଏବଂ ମାଂସ କଟିଥିବା ଦେଖିଥିଲେ ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular