spot_img

ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩୦୦ କୋଟିର ପ୍ୟାକେଜ୍ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ବଡ଼ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କ ଜୀବନ ଜୀବିକା ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବନ୍ୟାରେ ୩୩%ରୁ ଅଧିକ ଫସଲ ନଷ୍ଟ ପାଇଁ ମିଳିବ ଇନପୁଟ୍ ସବସିଡି । ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ଦିଆଯିବ । ଏହା ସହିତ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧ ହଜାର ୮୦୦ ଟଙ୍କା ଲେଖାଏଁ ଚାଷୀଙ୍କୁ ପ୍ରଦାନ କରାଯିବ ।

ଏହା ସହିତ ସବୁ ପ୍ରକାର ପାରମ୍ପରିକ ଚାଷ ପାଇଁ ସହାୟତା ଦିଆଯିବ । କ୍ଷତିଗ୍ରସ୍ତଙ୍କୁ ଦିଆଯିବ ୨୦ ହଜାର ଶସ୍ୟ ବିହନ ମିନି କିଟ୍ । ୫୦ ପ୍ରତିଶତ ରିହାତିରେ ମିଳିବ ପାୱାର ସ୍ପ୍ରେୟର । ମାଗଣା ରସାୟନିକ ସାମଗ୍ରୀ ଓ କୀଟନାଶକ ମଧ୍ୟ ଦିଆଯିବ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular