spot_img

ସଫେଇ କର୍ମଚାରୀଙ୍କ ପାଇଁ ଗରିମା ଯୋଜନା ଶୁଭାରମ୍ଭ..ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଫେଇ କର୍ମଚାରୀଙ୍କ କଲ୍ୟାଣ ପାଇଁ ‘ଗରିମା’ ଯୋଜନା ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ପ୍ରାଥମିକ ସ୍ତରରେ ୫୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ହେବ। ସଫେଇ କର୍ମଚାରୀଙ୍କ ପାଇଁ ରାଜ୍ୟ କମିସନ ଗଠନ କରାଯିବ। ରାଜ୍ୟ ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ ଦ୍ୱାରା ଏହି ଯୋଜନା କାର୍ଯ୍ୟକାରୀ ହେବ। ରାଜ୍ୟର ସମସ୍ତ ୧୧୪ଟି ପୌରସଂସ୍ଥାରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ରାଜ୍ୟ ସରକାର କହିଛନ୍ତି। ଏଥିରୁ ୨୦ ହଜାର ସଫେଇ କର୍ମଚାରୀଙ୍କ ସମେତ ପରିବାର ବି ଉପକୃତ ହେବେ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଶ୍ୱରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରୁଥିବା ଦେଶମାନଙ୍କ ସହ ପ୍ରତିଦ୍ୱିନ୍ଦିତା କରି ରାଷ୍ଟ୍ରଗଠନ ଦିଗରେ ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରିଥିବା ଅନେକ ପଦକ୍ଷେପ ସତ୍ତ୍ୱେ ପୀଢି ପରେ ପୀଢି ସମାଜକୁ ଏହି ଅମୂଲ୍ୟ ସେବା ଯୋଗାଇ ଆସିଥିବା ଏହି ଅବହେଳିତ ବ୍ୟକ୍ତିମାନେ ସମାଜଦ୍ୱାରା ସର୍ବଦା ନିନ୍ଦିତ ଏବଂ ବର୍ଜିତ ହେବା ସହ ଉଯୁକ୍ତ ଜୀବିକା ନିର୍ବାହରୁ ବଂଚିତ। ଯଦି ଆମେ ଏହି ଅନ୍ୟାୟକୁ ସୁଧାରିବା ପାଇଁ ପଦକ୍ଷେପ ନନିଅନ୍ତି ତେବେ ଆମର ବିବେକ କେବେ ଶାନ୍ତି ହେବନାହ। ତେଣୁ ମୋ ସରକାର ମୂଳ ପରିମଳ କର୍ମଚାରୀଙ୍କ ନିରାପତା ଏବଂ ସମ୍ମାନକୁ ସୁନିଶ୍ଚିତ କରିବାପାଇଁ ‘ଗରିମା’ ନାମକ ଏହି ଯେଜାନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular